କବିତା
ସମୟକୁ ଜଗି ଚାଲ

ସମୟ ଧାଉଁଛି ଆଗକୁ ଆଗକୁ
ଚାହୁଁନି ଫେରି ,
ସମୟ ସାଥିରେ ଧାଉଁଥାଅ ସଦା
ନକରି ଡେରି ।
ବାଟରେ ଘାଟରେ ନବସି ସମୟ
ଧାଉଁଛି ପରା ,
ପଥ ତା`ର କେବେ ରୋକି ପାରିନାହିଁ
ନିଦାଘ ଖରା ।
ଘୋର ବରଷାରେ ଭିଜିନି ସମୟ
ତୁମରି ପରି ,
ହାଡଭଙ୍ଗା ଶୀତେ ହାରିନି ଜମା ସେ`
ଯାଇନି ଥରି ।
ସମୟକୁ ଜଗି ସମୟ ସହିତ
ଧାଇଁଛି ଯିଏ ,
ଏହି ସଂସାରରେ ସଫଳ ଜୀବନ
ପାଇଛି ସିଏ ।
∎
ମନୋରମା ମିଶ୍ର
ନୀଳାଦ୍ରି ବିହାର
ଭୁବନେଶ୍ୱର

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
23-05-2024 / 09:43:08
ସମୟ ଉପରେ ଲେଖିଥିବା ମିନି କଵିତାଟି ଭଲ ଲାଗିଲା। ଧନ୍ୟବାଦ।