କବିତା
ଠଣ୍ ଠଣା ଠଣ୍

ଠଣ୍ ଠଣା ଠଣ୍ ଠଣକ୍ ଠଣ୍
ପଇସା ଖସିଲା ଝଅଣ୍ ଝଣ୍;
ଅଜାଙ୍କର ମୁଣି ଯାଇଛି ଫୁଟି
ପଇସା ଯେତେକ ଦେ` ତୁ ଖୁଣ୍ଟି।
ଠଣ୍ ଠଣା ଠଣ୍ ଠଣକ୍ ଠଣ୍
ଠଣ୍ ଠଣ୍ କରି ପଇସା ଗଣ୍;
ପଇସା ଗଣିବୁ ଠିକ୍ ଠିକ୍
ଥରକୁ ଥର ତୁ ଗଣିବା ଶିଖ୍।
ଠଣ୍ ଠଣା ଠଣ୍ ଠଣକ୍ ଠଣ୍
ଅଜାଙ୍କର ସବୁ ପଇସା ଗଣ୍;
ଠିକ୍ ଠିକ୍ କରି ଗଣିବୁ ଯେବେ
ଖୁସି ହୋଇ ଅଜା ସାବାସି ଦେବେ।
∎
ବି-୧୦/୧୪୫, କେନ୍ଦ୍ରୀୟ ବିହାର
ପୋ:ତମାଣ୍ଡୋ
ଭୁବନେଶ୍ୱର-୭୫୧୦୨୮
ଫୋ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ
Dinabandhu Poi
03-05-2024 / 15:03:11
ଶିଶୁଙ୍କ ପାଇଁ ଖୁବ୍ ମନଛୁଆଁ , ଶୁଭେଛା ଓ ଅଭିନନ୍ଦନ