କବିତା
ଆମେ ବି ପାରିବା

ଦେଖରେ ସାଧନା ସକାଳ ସଞ୍ଜରେ
ଗଛ ମୂଳେ ଦିଏ ପାଣି
ଖରାରେ ଗଛଟି କାଳେ ଶୁଖି ଯିବ
ମନ କଥା ତାର ଜାଣି।
ଦେଖରେ ଶ୍ରୀମୟ ପାଣି ଭରୁଅଛି
ବାହାରେ ହାଣ୍ଡିଟେ ରଖି
ଶୋଷିଲା ହୋଇଲେ ପିଇବେ ଆସିରେ
ଗୋରୁ ଗାଈ ପଶୁ ପକ୍ଷୀ।
ସୋନୁ ଆଉ ମନୁ ମାଟି ପାତ୍ର ରଖି
ଥଣ୍ଡା ପାଣି ଭରୁଛନ୍ତି
ବାଟୋଇ ଆସିଲେ ବସାଇ ଛାଇରେ
ପିଇବାକୁ ଦୋଉଛନ୍ତି ।
ଆମ ଚନ୍ଦୁ ଭାଇ ଅଟୋରେ ବସାଇ
ଘରେ ଛାଡୁଛନ୍ତି ନେଇ
ଏମିତି ଖରାରେ ପଇସା ନ ନେଇ
ଭାରି ଖୁସି ସେବା ଦେଇ।
ଆମେ ବି ପାରିବା ଭଲ କାମ କରି
ରଖି ଆମେ ଭଲ ମନ
ଚାଲିବା ପଥରେ ସେବା କରି ଯିବା
ପଶୁ ପକ୍ଷୀ ହେଉ ଜନ
∎
ମିଶ୍ର କଲୋନୀ
ଶାଳ ପଡ଼ା , କେନ୍ଦୁଝର
ଦୂରଭାଷ - ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ
ସମ୍ପାଦନା ମଣ୍ଡଳୀ
03-05-2024 / 16:39:28
ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖିତ । ସଂଶୋଧନ କରାଯାଇଛି ।
କୀର୍ତ୍ତନ ସାହୁ
02-05-2024 / 22:56:07
ଶେଷ ଧାଡ଼ିଟି ଛାଡି ଦିଆ ଯାଇଛି। ତାହା ହେବ - ପଶୁ ପକ୍ଷୀ ହେଉ ଜନ ।