Skip to content
ଶିଶୁ କିଶୋର

କବିତା

ଛିଇକି ଛିକା

ଛିଇକି  ଛିକା

ଛିଇକି ଛିକା
ତରକି ମାରୁଥା ଚଉକା ଛକା
ହେବୁନାହିଁ ତରତର,
ତରତର ହେଲେ
ବିଗିଡ଼ିବ ସବୁ
ହେବୁ ଖାଲି ହର୍ବର ।୧।
ଛିଇକି ଛିକା
ଛକି ମାରୁଥିଲେ ହେବନି ଫିକା
ଲୋକେ ମାରୁଥିବେ ତାଳି,
ଆର ଦଳପାଇଁ
ଚୂନକାଳି ଥିବ
ତୁମ ପାଇଁ ସୁନାଥାଳି ।୨।
ଛିଇକି ଛିକା
ଖରା ଆସିଲାଣି, କାକୁଡ଼ି ବିକା
ଏ ଛକରେ ଦହିବରା,
ଆର ଛକ ଠାରେ ତାଳ ସପୁରି
କି କରିବ ଏଇ ଖରା! ।୩।

∎ ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

23-05-2024 / 09:26:48

ଚମତ୍କାର ମିନି କଵିତା। ଭଲ ଲାଗିଲା।

କୁଞ୍ଜବିହାରୀ ସାହୁ

06-05-2024 / 23:41:16

ନାନାବାୟାକବିତା

Dinabandhu Poi

03-05-2024 / 15:00:51

ଛିଇକି ଛିକା ଭାରି ମଜାଳିଆ ଲାଗିଲା , ଶୁଭେଛା ଓ ଅଭିନନ୍ଦନ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion