କବିତା
ଟେକି ଗରବେ ମଥା

କେଡେ ସୁନ୍ଦର କି ମନୋହର
ଆମ ଧରଣୀରାଣୀ
କିଛି ନ ନେଇ ଆମ ସଭିଙ୍କୁ
ଦିଅଇ ଦାନା-ପାଣି ।
କି ମନୋରମ ଦିଶଇ ଆମ
ଧରାରେ ତରୁ-ଲତା
ଫଳ କୁସୁମ ଶୋହେ ତା` କୋଳେ
ଟେକି ଗରବେ ମଥା।
ନଦୀ ଝରଣା ସାଗର-ନଈ
ବୁକୁରେ ବହେ ତାର
ବସୁଧା ମାଆ ପରଶ ଲଭି
ଦିଏ ପୀୟୂଷ ଝର ।
ନଈ କଡ଼ରେ ରୋପିବ ଚାରା
ନ ଭାବି ଆଗ-ପଛ
ବଞ୍ଚି ରହିବ ନଈଟି ଆମ
ତା ପାଶେ ଥିଲେ ଗଛ ।
ମାଙ୍କଡ ଡିଏଁ ଗଛକୁ ଗଛ
ଶୁଣି ପକ୍ଷୀଙ୍କ ରୋଳ
ସବୁଜ ପାଟେ ଧରା ସୁଷମା
ନାହିଁ ଉପମା ତାର ।
ଓସ୍କାର ସିଟି,ଲେନ୍ ନଂ ୯,ପ୍ଲଟ ନଂ ୪୫୬
ଲକ୍ଷ୍ମୀ ସାଗର କେନାଲ ରୋଡ ,ଭୁବନେଶ୍ୱର
ମୋ-8144859430

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
04-07-2025 / 20:13:10
Ok
ଜୟକୃଷ୍ଣ ସାହୁ
01-07-2025 / 16:41:19
ସୁନ୍ଦର ଉପସ୍ଥାପନା। ଭଲଲାଗିଲା। ଧନ୍ୟବାଦ।