କବିତା
ତ୍ରି ବାସ

ବାସ-୧
ରୂପ ,ଗୁଣ ,ରଙ୍ଗ ଦେଇଛ ପ୍ରଭୁ ହେ
ଦେଇ ଅଛ ବାସ ଭରି
ଦେଖିଲେ ନୟନ ନ ଫେରିବ ମନ
ପ୍ରିୟ ଅଟଇ ସବୁରି ।୧।
ଭଅଁର,ମକ୍ଷିକା, କୀଟ ,ପ୍ରଜାପତି
ଆସନ୍ତିି ପାଖକୁ ଧାଇଁ
ନେଲେ ମଧୁ ଶୋଷି ଫୁଲ ହୁଏ ଖୁସି
ବାସ ଦିଏ ଚହଟାଇ ।୨।
ବାସ-୨
ନିଜ ପାଇଁ ନିଜ ବାସଟି ମନ୍ଦିର
ଆକାଶର ଛାତ ତଳେ
ଖରା ,ବର୍ଷା,ଝଡ଼, ଶୀତ,କାକରରୁ
ବାସ ଥିଲେ ସୁଖ ମିଳେ।୧।
ନାହିଁ ଯାର ବାସ ଦୁଃଖ ନାହିଁ ଶେଷ
ଅକର୍ମା ସଂସାରେ ସେହି
ବିହଙ୍ଗମ, ଉଇ ଠାରୁ ସେ ନଗନ୍ୟ
ଭାଗ୍ୟ ନିନ୍ଦା କରେ ସେହି । ୨।
ବାସ-୩
ଚିହ୍ନ ନାହିଁ କେବେ ଦେଖି ଛତା ଜୋତା
ଭୁଲନା ରୂପରେ କାର
ଏବେ କିନ୍ତୁ ତାହା ବଦଳି ଯାଇଛି
ପରିଚୟ ବାସ ତାର ।୧।
ବାସରେ ବାସରେ ହୁଏ ଅଙ୍ଗ ସଜ୍ଜା
ଜାଗରେ ନିଜ ମହତ
ଆମ ପିଲା ବେଳ ତାଳି ପକା ବାସ
ସେ ତାଳି ଏବେ ଇଜ୍ଜତ ।୨।
br>
ବାସ ପାଇଁ ଚାରା ରୋପିବାକୁ ହେବ
ବାସରେ ଯିବ ଜୀବନ
ବାସ ପାଇଁ ନିଜ ମହତକୁ ରଖ
ତ୍ରି ବାସରେ ଦିଅ ଧ୍ୟାନ
∎
ବସୋଇ,ପର୍ଜଙ୍ଗ, ଢେଙ୍କାନାଳ
ଦୂରଭାଷ-୯୭୭୬୪୫୪୮୦୦

ଲେଖା ସମ୍ପର୍କୀୟ ମତାମତ