କବିତା
ଆମ ଘରେ କ୍ୟାଲେଣ୍ଡର

କାଗଜ ତିଆରି କ୍ୟାଲେଣ୍ଡର ଟିଏ
ଝୁଲୁଥାଏ ଆମ ଘରେ
ଯେମିତି ହେଲେ ବି ଆଖି ପଡ଼ିଯାଏ
ସକାଳୁ ସକାଳୁ ଥରେ
ତା` ମୁହଁକୁ ଦେଲେ ଦେଖି,
ତାରିଖ ଓ ଵାର ପରଵପର୍ବାଣୀ
ଠାରେ ଆଖି ଯାଏ ଲାଖି।
ଫରଦ ଫରଦ ଛାପା ଅକ୍ଷରରେ
ମିଟି ମିଟି କରୁଥାଇ
ଜାନୁଆରୀ ଠାରୁ ଡିସେମ୍ବର ଯାଏ
ତାରିଖ ସୂଚାଏ ସେଇ
ଭାରି ସ୍ଵାଭିମାନୀ ଟିଏ,
ଥରେ ଯାହା ସିଏ ଦେଇଛି ସୂଚନା
ସେଥିରେ ଅଟଳ ଥାଏ।
ରାଶି ନକ୍ଷେତ୍ରର ଫଳାଫଳ ଜେଜେ
ଖୋଜନ୍ତି ତହିଁରୁ ବସି
ଯୋଉଦିନ ଭାଗ୍ୟେ ଭଲ ଫଳ ଥାଏ
କୁରୁଳି ହୁଅନ୍ତି ଖୁସି
ମନ୍ଦ ଫଳ ଦିଏ ଦୁଃଖ,
ଦୁଃଖର ସୁଖର ସାଥୀ ଟିଏ ସିଏ
ଝୁଲୁଥାଏ ହୋଇ ମୁକ।
ଥରେ ସେ ବଦଳି ଯାଏ,
ଜାନୁଆରୀ ପହିଲାରେ ଆଉ ଏକ
ନୂଆ ଆସି ଶୋଭା ପାଏ।
∎
କପିଳ ପ୍ରସାଦ, ଭୁବନେଶ୍ୱର-୨
ମୋ-୯୯୩୭୦୯୨୩୯୭.

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
10-03-2025 / 19:55:40
ଲକ୍ଷ୍ମୀକାନ୍ତ! ବହୁତ ବହୁତ ଧନ୍ୟବାଦ।
ଲଷ୍ମୀ କାନ୍ତ ଖୁଣ୍ଟିଆ
01-03-2025 / 11:41:31
ବହୁତ ଭଲ ଲାଗିଲା ଜୟୀ ଭାଇଙ୍କ କବିତା