କବିତା
ଅତି ବଢ଼ିଆ ଭାଷା ଓଡ଼ିଆ

କେତେ ବଢ଼ିଆ ଭାଷା ଓଡ଼ିଆ
ସରଳ ଓ ସହଜ
କହିବାଠାରୁ ଲେଖିବା ଯାଏ
ଅତି ସହଜ ସଜ ।
ସୁନ୍ଦର ଲିପି ଭଲ ବି ଲାଗେ
ଗୋଲ ଆକାର ପାଇଁ
ଯା` ହସ୍ତାକ୍ଷର ଯେତେ ସୁନ୍ଦର
ଶରଧା ରହେ ତହିଁ ।
ଅତି ବଢ଼ିଆ ଆମ ଓଡ଼ିଆ
ଭାଷା ଅତି ସରଳ
କହିବା ପାଇଁ ଲେଖିବା ପାଇଁ
ସହଜ ଓ ଡଉଲ ।
ଓଡ଼ିଆ ଗପ ଓଡ଼ିଆ ଗୀତ
ପଢ଼ିଲେ ଲାଗେ ଭଲ
ପଢ଼ ବା ଶୁଣ ଥିଲେଟି ମନ
ଲାଗେ ତାହା ଡଉଲ ।
ଭାଷା ପାଇଁ କି ପରିଚୟ ବି
ତିଆରି ହୋଇଅଛି
ଆମେ ଓଡ଼ିଆ ଭାଷା ବଢ଼ିଆ
ମାନ୍ୟତା ବି ମିଳିଛି ।
ଶାସ୍ତ୍ରୀୟ ଭାଷା ଭିତରେ ଆଜି
ଷଷ୍ଠ ଶାସ୍ତ୍ରୀୟ ଭାଷା
ଭାଷା ଭିତରେ ଅତି ସୁନ୍ଦର
ବଢ଼ିଆ ମାତୃଭାଷା ।
ମାଆ ମୁହଁର ଭାଷା ସୁନ୍ଦର
ଯାହା ମାଆର ଭାଷା
ସେଇ ଭାଷା ହିଁ ପାଏ ମାନ୍ୟତା
ଅସଲ ମାତୃଭାଷା ।
ଆମ ଓଡ଼ିଆ ଭାଷା ବଢ଼ିଆ
ଓଡ଼ିଆ ମାତୃଭାଷା
ଭାଷାକୁ ଦେଇ ମାଆ ମର୍ଯ୍ୟାଦା
ଭଲ ପାଇବା (ଆମ)ଭାଷା ।
କହି ଓଡ଼ିଆ ଲେଖି ଓଡ଼ିଆ
ବଢ଼ାଇବା ଗୌରବ
ସାରା ବିଶ୍ୱରେ ନାଆଁ ଅରଜି
ବାଣ୍ଟି ଦେବା ସୌରଭ ।
∎
ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ
ଲଷ୍ମୀ କାନ୍ତ ଖୁଣ୍ଟିଆ
01-03-2025 / 11:39:55
ଲେଖାଟି ବହୁତ ଭଲ ଲାଗିଲା