କବିତା
ହୋଲି ଖେଳ ଭାରି ବଢ଼ିଆ

ମୁନି ଡାକିଦେଲା ଆ` ଲୋ କୁନି
ରଙ୍ଗ ବୋଳାବୋଳି ହୋଇବା,
ହୋଲି ଖେଳି ଖେଳି ସରିଲେ ବେଳ
ଘରେ ଦୁହେଁ ଆମେ ଖାଇବା ।
କୁନି କହିଦେଲା ହଁ ଲୋ ମୁନି
ହୋଲିଖେଳ ଭାରି ବଢ଼ିଆ,
ହୋଲି ଖେଳିବାକୁ ଚାଆଲେ ଯିବା
ଘର ପାଖ ଘାସ ପଡ଼ିଆ ।
ମୁନି କୁନି ଦିହେଁ ହୋଇଲେ ସାଥୀ
ମଜା ମଉଜରେ ଖେଳିଲେ,
ନାଲି, ନେଳି, ଧଳା, ଶାଗୁଆ ରଙ୍ଗ
ଦେହସାରା ଦୁହେଁ ବୋଳିଲେ ।
ରୁନୁ, ମୁନୁ, ଝୁନୁ, ଟୁକୁନା, ଟୁନା
ସାଙ୍ଗମାନେ ଆସି ମିଶିଲେ,
ହସି ହସି ରଙ୍ଗ ହୋଇଲେ ବୋଳି
ଜୋକର ପରିକା ଦିଶିଲେ ।
ହସି ଖେଳି ଖେଳି ନାଚିଲେ ଥେଇ
ଯେଝା ଘର ଯିଏ ଫେରିଲେ,
ଘରେ ଖାଇ ପିଇ କରିଲେ ମଜା
ହୋଲିଖେଳଟିକୁ ଝୁରିଲେ ।
∎
ଭୁବନେଶ୍ବର
୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
10-03-2025 / 19:53:53
ହୋଲି ଖେଳର ଅନୁଭୂତି ସୁନ୍ଦର ଭାବେ ବଖାଣି ଛନ୍ତି। ଭଲଲାଗିଲା।
ଲଷ୍ମୀ କାନ୍ତ ଖୁଣ୍ଟିଆ
01-03-2025 / 12:03:06
କୁଞ୍ଜଭାଇ ଆମକୁ ତାଙ୍କ କବିତା ମାଧ୍ୟମରେ ଆଗତୁରା ହୋଲି ଖେଳାଇ ଥିବାରୁ ଅଭିନନ୍ଦନ ସମସ୍ତ ସଧକସାଧିକାଙ୍କୁ ମୋର ହୋଲିର ଅଗ୍ରିମ ଶୁଭେଚ୍ଛା ଓ ଅଭିନନ୍ଦନ