କବିତା
ଆମ ଜାତୀୟ ପତାକା

ଜାତିର ଟେକ ଜାତି ପତାକା
ତା ପାଦେ ନମସ୍କାର
ସେହି ପତାକା ସ୍ୱାଧୀନ ହୋଇ
ଉଡଇ ଫରଫର।
ଉପରେ ଥାଇ ନାରଙ୍ଗୀ ରଙ୍ଗ
ଦିଏ ସାହସ ବାର୍ତ୍ତା
ମଝିରେ ଶ୍ୱେତ ସାମ୍ୟଵାଦ
କୁହେ ଶାନ୍ତି ର କଥା।
ସବୁଜ ରଙ୍ଗ ତଳେ ଥାଇକି
କହୁଛି ଭାଇ ଶୁଣ
ମୋ ଠାରୁ ଶିଖ ନମ୍ର ଆଉ
ସମୃଦ୍ଧିର ଗୁଣ ।
ମଝିରେ ଥାଇ ଅଶୋକ ଚକ୍ର
ଧରି ଚବିଶି ଅର
କହୁଛି କାନେ ହେ ସୁଧୀ ଜନେ
ବୁଝ ସମୟ ସ୍ୱର ।
ଚବିଶି ଘଣ୍ଟା ଗୋଟିଏ ଦିନ
ସୁବିନିଯୋଗ କଲେ
ହାରି ଯିବନି ଚଲା ପଥରେ
ସମୟ ଜ୍ଞାନ ଥିଲେ।
ତ୍ରିରଙ୍ଗା ଉଡି ବିଶ୍ୱ ବାସୀଙ୍କୁ
କହୁଛି ହସିହସି
ଶାନ୍ତି ଅହିଂସା ପୂଜାରୀ ଆମେ
ଆମେ ଭାରତ ବାସୀ।
∎
ନୀଳଚକ୍ର ନଗର, ଅଠର ନଳା, ପୁରୀ ୨ , ୯୩୩୭୬୯୬୨୨୭

ଲେଖା ସମ୍ପର୍କୀୟ ମତାମତ
ମହେନ୍ଦ୍ର କୁମାର ଦାଶ
04-05-2025 / 13:48:06
ମିନତୀ ପଟ୍ଟନାୟକଙ୍କ କବିତା ମନଛୁଆଁ
ଜୟକୃଷ୍ଣ ସାହୁ
03-05-2025 / 07:37:03
ଜାତୀୟ ପତାକାର ସୁନ୍ଦର ବର୍ଣ୍ଣନା ମନକୁ ଛୁଇଁଲା। ପିଲାମାନଙ୍କ ପାଇଁ ଭାରି ଉପାଦେୟ ଲେଖାଟିଏ। ମୀନତିର ପ୍ରାୟ ସବୁ ଲେଖା ଉଚ୍ଚକୋଟୀର। ଧନ୍ୟବାଦ।
ବୀରେନ୍ଦ୍ର ମହାନ୍ତି
01-05-2025 / 20:03:40
ଖୁବ୍ ସୁନ୍ଦର ଦେଶାତ୍ମ ବୋଧକ କବିତା। ଆମ ଜାତୀୟ ପତାକାର ତାତ୍ପ୍ର୍ର୍ ର୍ଯ୍ୟ।