Skip to content
ଶିଶୁ କିଶୋର

କବିତା

ମୋବାଇଲର ମଜା

ମୋବାଇଲର ମଜା

ମୋବାଇଲର ମଜା
ଆମେରିକାରୁ ନାତି ସାଥିରେ କଥା ହେଉଛି ଅଜା
ହାଲୋ ହାଲୋ ମୋ ଧନ
କେମିତି ଅଛୁ କିସ କରୁଛୁ ଦେଖିବା ପାଇଁ ମନ।
....
ମୋବାଇଲର ମଜା,ନମସ୍କାରଅଜା
ମୋବାଇଲ ମୋ ସାଙ୍ଗ,
ସ୍କୁଲରୁ ଆସି ନଖାଇ ବସି ଦେଖୁଛି ତାକୁ ଆଗ।
ମୋବାଇଲର ଖେଳ,
ଅଲୋଡା ଏବେ ଖେଳ ପଡିଆ ସାଙ୍ଗ ସାଥିଙ୍କ ମେଳ।
ମୋବାଇଲ ମୋ ଖୁସି,
କାର୍ଟୁନ ଦେଖେ କମେଡି ଦେଖେ ଘଣ୍ଟାଘଣ୍ଟା ମୁଁ ବସି।
ମୋବାଇଲ ମୋ ସାଥି,
ଯାହା ଖୋଜୁଛି ତାହା ପାଉଛି ଜାଣୁନି ଦିନରାତି।
..........
ଶୁଣରେ ମୋର ଧନ,
ଖେଳାବୁଲା ତୁ ଛାଡ଼ିବୁ ନାହିଁ ପଢ଼ାରେ ଦେବୁ ମନ।
ମୋବାଇଲର ଦୁଃଖ,
କ୍ଷଣିକ ଖୁସି ନିଶାରେ ସବୁ ଛଡ଼ାଇ ନିଏ ସୁଖ।
ମୋବାଇଲର ନିଶା,
ପରୀକ୍ଷାଫଳ ଆସଇ ଯେବେ ଉଡ଼ାଇ ଦିଏ ହଂସା।
ମୋବାଇଲର ଦୋଷ,
ଖାଦ୍ୟ ସୁଆଦ ଜଣାପଡ଼େନା ଭୁଲାଏ ଭୋକ ଶୋଷ।
ମୋବାଇଲର ପିତା,
ନିଶାରେ ତାର ଆପଣା ପର ନଥାଏ କଥାବାର୍ତ୍ତା।
ମୋବାଇଲ ତୋ ମିତ,
ଗୁଗୁଲ ଯେବେ କୁଇଜ ଗୁରୁ ତା ସାଥେ ନାଚ ଗୀତ।
ମୋବାଇଲର ପାଠ,
ୟୁଟ୍ୟୁବରେ ଇ-କଣ୍ଟେଣ୍ଟ ମେଟା ଏ.ଆଇ.ରେ ଚାଟ
ମୋବାଇଲ ତୋ ସାକ୍ଷୀ
ଅନିଦ୍ରା ହେଲେ ବେଶି ଦେଖିଲେ ଖରାପ ହେବ ଆଖି

ମନେରଖିଲିଅଜା
ସମୟବାଣ୍ଟିସବୁକରିବିତେବେମିଳିବମଜା
ମୋବାଇଲରମଜା
ଭିଡିଓ କଲ କରିବି ଏବେ ଆଈକୁ ଡାକ ଅଜା
∎
ଫୋନ ନ- ୯୪୩୭୧୧୪୯୫୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

02-09-2025 / 19:48:22

ଏ ଲେଖାଟା ଆଗରୁ ଥରେ ଶୁଣିଚି।ଯାହାର ଭଲ ହେଇଛି ଲେଖା ଟି।

ହରିପ୍ରିୟା ପଟ୍ଟନାୟକ

02-09-2025 / 16:47:34

ମଜାରେ ମଜାରେ ମୋବାଇଲର ଖରାପ ଓ ଭଲ ଦିଗକୁ ସୂଚେଇ ଥିବାରୁ ବହୁତ ଭଲଲାଗିଲା।

ମହେନ୍ଦ୍ର କୁମାର ଦାଶ

01-09-2025 / 19:34:48

ସାର୍ ଙ୍କ ଲେଖା ସବୁବେଳେ ବଢିଆ

ଧୀରେନ ମିଶ୍ର

01-09-2025 / 13:55:13

ଅଜାନାତିଙ୍କ କଥୋପକଥନ ମାଧ୍ୟମରେ ମୋବାଇଲର ଉପକାର ଓ ଅପକାର ଶିଶୁ-କିଶୋରଙ୍କୁ ପ୍ରଭାବିତ କରିବ ନିଶ୍ଚିତ । ପ୍ରଣାମ ।

ନିରଞ୍ଜନ ପତି ।

01-09-2025 / 12:03:44

ଶୁଭେଚ୍ଛା ଓ ଶୁଭକାମନା । ଶିକ୍ଷଣୀୟ/ସମୟୋପଯୋଗୀ କବିତା...ଜୟ ଜଗନ୍ନାଥ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion