Skip to content
ଶିଶୁ କିଶୋର

କବିତା

ଅଗ୍ରପୂଜ୍ୟ ଗଜାନନ

ଅଗ୍ରପୂଜ୍ୟ ଗଜାନନ

ଉତ୍ସବ ମୁଖର ପୁର ଓ ନଗର
ଶୁଭେ ତୂରୀ ଘଣ୍ଟ ସ୍ୱର,
ପ୍ରଭୁ ଗଜାନନ ଆଜ ଜନ୍ମଦିନ
ବିଦ୍ୟା ବୁଦ୍ଧିର ସାଗର।
ମୂଷିକ ବାହନ ଗଉରୀ ନନ୍ଦନ
ହୋଇଥାଅ ଆବାହନ,
ବିଦ୍ୟାଳୟ ପୂରା ଭାବାବେଗ ପରା
ସର୍ବେ ମଣୁ ଧନ୍ୟ ଧନ୍ୟ।
ଅଗ୍ରେ ପୂଜାର୍ଚ୍ଚନା ଭକ୍ତି ଆରାଧନା
ବକ୍ରତୁଣ୍ଡ ବିଘ୍ନରାଜ,
କୋଟି ସୂର୍ଯ୍ୟ ସମ ପ୍ରଭ ଗଜାନନ
ମରତେ ପାଅ ବିରାଜ।
ତବ କୃପାବଳେ ଏ ମହୀ ମଣ୍ଡଳେ
ଅଜ୍ଞାନ ଜ୍ଞାନୀରେ ଗଣା,
ଆଶୀର୍ବାଦ ବିନା ନାହିଁ କିଛି ଆନ
ଜୀବନଟା ବାଟବଣା।
ପ୍ରଭୁ ଗଣେଶ୍ୱର ତୁମେ ଲମ୍ବୋଦର
ଦିଅ ଆଜ ଦରଶନ,
ଅପେକ୍ଷାର ଅନ୍ତ ଘଟାଇ ଜୀବନେ
ଦିଅ ତବ ଦିବ୍ୟଜ୍ଞାନ।
ଜ୍ଞାନର ପ୍ରଦୀପ କରି ପ୍ରଜ୍ଜ୍ଵଳିତ
ଅଜ୍ଞାନ ଅନ୍ଧାର ନାଶି,
ଢାଳି ଦିଅ ପ୍ରଭୁ କରୁଣାର ବାରି
ଆଶିଷ ଯାଉ ବରଷି.
ଯୁବକ ସମାଜେ ପଥଭ୍ରଷ୍ଟ ଆଜ
ଦିଅ ତବ ଶୁଭାଶିଷ,
କରି ନାମାମୃତ ପାନ ଯେ ଅଜ୍ଞାନ
ଦୂର କରୁ ପାପ ଶୋକ।
ଆଜିର ପବିତ୍ର ଜନ୍ମ ଜୟନ୍ତୀରେ
ଭକ୍ତିପୂତ ପୁଷ୍ପାଞ୍ଜଳି,
ଜୀବନ ପ୍ରଦୀପ ଜାଳି ଦିଅ ଆଜ
ଭବୁ କର ପ୍ରଭୁ ପାରି।
∎
ଶିକ୍ଷକ
ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Sanjukta parichha

01-09-2025 / 11:00:23

ଗଣେଶ ବନ୍ଦନା ଭଲ ଲାଗିଲା । ଶୁଭେଚ୍ଛା

ମୋହନ କୁମାର ସ୍ୱାଇଁ

01-09-2025 / 10:59:07

ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion