କବିତା
ଖୋଲି ଦିଅ

ଖୋଲି ଦିଅ ତମ ମନରୁ ଅଳିଆ
ସୁସ୍ଥ ମନ ନେଇ ଚଳ
ଭଲ ଭାବନାର ମନଟି ରହିଲେ
ଦେହ ପାଇଁ ତାହା ବଳ ।
ଖୋଲି ଦିଅ ଘୃଣା ଭାବ ହୃଦୟରୁ
ଆଦର କରିବା ଶିଖ
ଦୁଃଖୀ ରଙ୍କୀ ସେବା କରିବା ପାଇଁକି
ହୃଦୟେ ମମତା ରଖ ।
ଖୋଲି ଦିଅ ଗର୍ବ ଅହଙ୍କାର ମନୁ
ସରଳ ଜୀବନ ବଞ୍ଚ
ସବୁ ଲୋକ ସହ ମିଶିବା ଚଳିବା
ଉପାୟ ଖୋଜିକି ସଞ୍ଚ।
ଟାଣ ଟାଣ କଥା ଖୋଲି ଦେଇ ତମେ
ମଧୁର ବଚନ କୁହ
ଭଲ ପାଇବାର ସୁରଭି ବିତରି
ଶ୍ରୋତାଙ୍କ ହୃଦୟ ଛୁଅଁ।
ନିଜେ ନ କରିକି ଉପଦେଶ ଦେବା
କଥାଟିକୁ ଖୋଲି ଦିଅ
ସାଙ୍ଗ ସାଥୀ ହୋଇ କାମ କରିବାର
ତରିକାଟି ଶିଖି ନିଅ ।
*
∎
ମିଶ୍ର କଲୋନୀ
ଶାଳ ପଡ଼ା, କେନ୍ଦୁଝର
ଦୂର ଭାଷ – ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
02-09-2025 / 17:45:22
ଭଲ ହେଇଛି କବିତାଟି।
କୀର୍ତ୍ତନ ସାହୁ
01-09-2025 / 16:53:38
କବି ମୋହନ କୁମାର ସ୍ବାଇଁ ଓ କବି ଦୀନବନ୍ଧୁ ପୋଇଙ୍କୁ ଧନ୍ୟବାଦ ଜଣାଉଛି।
ମୋହନ କୁମାର ସ୍ୱାଇଁ
01-09-2025 / 11:03:19
ଖୁବ୍ ସୁନ୍ଦର ଲାଗିଲା କବିତା ଟି
ଦୀନବନ୍ଧୁ ପୋଇ
01-09-2025 / 10:53:24
ଖୋଲି ଦିଅ ତୁମ ହୃଦୟ ଦରଜା ସଭିଙ୍କର ଲେଖା ପଢ ଭଲ ନକହିଲେ ତ୍ରୁଟିଥିଲ କୁହ ଆଗକୁ ଆଗକୁ ବଢ , ଖୋଲି ଦେଲି ମେର ମନ ସୁନ୍ଦର ଲେଖାଟି ଭାଇ ତୁମେ ଜାଣ । ଜୁହାର ମୋ ଭାଇ ଘେନ ,