କବିତା
କଲମ ମୋର ସାଥୀ

କଲମ ମୋର ଜୀବନ ମିତ
କଲମ ପୁଣି ସାଥୀ
କଲମ ଧରି ସଞ୍ଜ ସକାଳେ
ଲେଖାରେ ଯାଏ ମାତି ||
ହାତରେ ଥିଲେ କଲମ ମୋର
ଦେହରେ ଭରେ ବଳ
କଲମ ପାଇଁ ମିଳଇ ମତେ
ପାଠରେ ଭଲ ଫଳ ||
କଲମ ଧରି ଲେଖଇ ଗପ
କବିତା କେତେ ଭଳି
ଦେଖାଏ ଭଲ ବାଟ କଲମ
ଦୀପଟି ପରି ଜଳି ||
କାଗଜ ପିଠି ଉପରେ ଛୁଟେ
ଥକି ପଡେନା ଜମା
କଲମ ଥାଇ ପାଖରେ ତଡେ
କେତେ ଅଜ୍ଞାନ ଅମା ||
କଲମ ଥିଲେ ମନର ବଳ
ଦିଗୁଣ ଯାଏ ଵଢି
ତା ପାଇଁ ଧାଏଁ ମନପବନ
ଘୋଡାରେ ମୁଁଯେ ଚଢି ||
ନୂଆ କଲମ ବଜାରୁ ଆଣି
ଦେଲେତ ଦିନେ ଵାପା
ହଜାଇଦେଵୁ ନାହଁ କଲମ
ହସି କହିଲା ଅପା ||
ରଖିଲି ପାଖେ ସେଇ କଲମ
ସାଇତି ପିଲାଵେଳୁ
ହେଲିତ ଦିନେ କବି ଲେଖକ
ବାଲିରେ ଖେଳୁ ଖେଳୁ ||
କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ
ଶୁଭ ନାରାୟଣ ଶତପଥୀ
05-09-2025 / 20:25:51
ସୁନ୍ଦର
ହରିପ୍ରିୟା ପଟ୍ଟନାୟକ
02-09-2025 / 16:38:41
ସୁନ୍ଦର ଶିଶୁ କବିତା।
Dr. Bijaya patra
01-09-2025 / 18:29:23
ବହୁତ ସରଳ ଭାଷାରେ ଲେଖା ଏକ ଉପାଦେୟ କବିତା। ଭଲ ଲାଗିଲା।
ସ୍ୱର୍ଣ୍ଣ ଲତା ତ୍ରିପାଠୀ
01-09-2025 / 16:27:58
ବହୁତ୍ ଶିକ୍ଷଣୀୟ ଶିଶୁ ମନଛୁଆଁ କବିତା ।
ଜୟକୃଷ୍ଣ ସାହୁ
01-09-2025 / 14:10:40
କଲମ ଉପରେ ସୁନ୍ଦର କବିତାଟିଏ। ଭଲଲାଗିଲା।