କବିତା
ଗୁଡ଼ିରେ ଗୁଡ଼ି ଯା` ତୁ ଉଡ଼ି

ଗୁଡ଼ିରେ ଗୁଡ଼ି ଯା` ତୁ ଉଡ଼ି
ନୀଳ ଆକାଶ କୋଳେ
ନଟେଇ ଧରି ରହିଛି ଚାହିଁ
ତୋତେ ମୁଁ ଏ`ଠି ତଳେ ।
ଶୀତ ସକାଳ କଅଁଳ ଖରା
ବହେ ଉତ୍ତରା ବାଆ ,
ଉଡ଼ିଉଡ଼ି ତୁ ଯା` ରେ ଛୁଇଁ
ଜହ୍ନମାମୁର ଗାଆଁ ।
ତୋ` ପାଇଁ ଖିଆପିଆ ଯେତେ ଯା`
ଯାଇଛି ସବୁ ଭୁଲି,
ତୋ` ଉଡାଣରେ ଖୁସିରେ ମୋର
ଛାତିଟା ଉଠେ ଫୁଲି ।
ଏ ଶୀତେ ଆଉ ତୋ` ଠାରୁ ଭଲ
ମିତ ମୋ କେହି ନାହିଁ,
ନଟେଇରୁ ମୁଁ ସବୁ ସୂତାକୁ
ଛାଡି ଦେଲି ତୋ` ପାଇଁ ।
***********
ଡି/୨୦୦, କୋଏଲନଗର
ରାଉରକେଲା -୧୪, ସୁନ୍ଦରଗଡ଼
ଦୂରଭାଷ:୯୪୩୭୧୦୫୪୪୦

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
04-02-2024 / 18:43:38
ଭଲଲାଗିଲା।
ହରିହର ଶୁକ୍ଳ
29-01-2024 / 23:37:46
ଚମତ୍କାର ଶିଶୁକବିତା। ଆନ୍ତରିକ ଅଭିନନ୍ଦନ।
ହରିପ୍ରିୟା ପଟ୍ଟନାୟକ
29-01-2024 / 18:36:31
ମନଛୁଆଁ କବିତା।
ପ୍ରବାସିନୀ ମିଶ୍ର
29-01-2024 / 12:24:03
ବହୁତ ସୁନ୍ଦର ପିଲାଙ୍କ ମନଛୁଆଁ
Harapriya Dwibedi
28-01-2024 / 10:48:12
ହୃଦୟସ୍ପର୍ଶୀ