କବିତା
ବଣରାଇଜ କଥା

କୁକୁର ଦଳେ ଭୁକିଲେ ଭୋ..
ଥରିଲା ଗଞ୍ଜା ଦିହ
କଣ୍ଟାଝଣ୍ଟାରେ ଧାଉଛି ବେଗି
ତଳକୁ କରି ମୁହଁ ।
ବିଲୁଆ କଲା ହୁକେ..ହୋ ରଡ଼ି
ଆଖୁବାଡ଼ିରେ ପଶି,
ଜାଣିପାରିଲେ ଠେକୁଆମାନେ
ପଳେଇଗଲେ ଖସି ।
ଗରଜିଦେଲା ଚିତାବାଘଟି
ଗଛ ଉହାଡ଼େ ଲୁଚି
ତରକା ହୋଇ ମାଈ ହରିଣ
ସହଳେ ଗଲା ଘୁଞ୍ଚି ।
ନେଉଳ ଦେଖି ଚଗଲା ସାପ
ଟେକିଲା ତାର ଫଣା,
କୁଆଡ଼େ ଯିବ ପାଉନି ବାଟ
ହୋଇଲା ବାଟବଣା ।
ବଣଭିତରେ ରହନ୍ତି ପଶୁ
ଥରୁଟେ ରାଗିଗଲେ,
କେହି କାହାକୁ ନ ପାରି ବୁଝି
ମରାମରିରେ ମଲେ ।

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
29-01-2024 / 18:38:17
ଭଲହେଇଛି କବିତାଟି।
ଶିବ ପ୍ରସାଦ ସାହୁ
29-01-2024 / 12:58:55
ବହୁତ ବଢିଆ ବହୁତ ବଢିଆ