କବିତା
କୁନ୍ ମୁନ୍ ଚଢେଇ

କୁନ୍ ମୁନ୍ ଚଢେଇ ।
ଟିକି ଡେଣା ବାଡେଇ ॥
ଖେଳୁଥାଏ ଗଛରେ ।
ଯାଏ ମାଆ ପଛରେ॥
ଟିକି ଟିକି ଥଣ୍ଟରେ ।
ରାବୁ ଥାଏ ଆଣ୍ଟରେ ॥
ମା ଆଡେ ଅନେଇ ।
କଥା କୁହେ ଖନେଇ ॥
ମାଆ ଦେଲେ ଖୁଆଇ ।
ଆଖି ବୁଜି ଶୁଅଇ ॥
ଟିକି ଡେଣା ବଢାଇ ।
ପଡି ଉଠି ଉଡଇ॥
ନିତି ନିତି ଅଭ୍ୟାସେ ।
ଟିକି ଚଢେଇଟି ଦିନେ ଉଡେ ନୀଳ ଆକାଶେ ।
ନୀଳଚକ୍ର ନଗର ,ପୁରୀ

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
04-02-2024 / 18:47:21
ଵିରେନ୍ଦ୍ର କବିତା ମନକୁ ନିଶ୍ଚୟ ଛୁଇଁଵ ଏଥରେ ସନ୍ଧେହ ନାହଁ।
ସତ୍ୟନାରାୟଣ ମିଶ୍ର
02-02-2024 / 19:53:04
କବିତାଟି ବେଶ ହୃଦୟସ୍ପର୍ଶୀ ହୋଇଛି।
ସଂଯୁକ୍ତା ପରିଚ୍ଛା
30-01-2024 / 14:28:22
ସୁନ୍ଦର କବିତାଟିଏ ।ଭଲ ଲାଗିଲା ।
ହରିହର ଶୁକ୍ଳ
30-01-2024 / 00:20:50
ବଢି଼ଆ ଶିଶୁକବିତା। ଛୋଟିଆ ବପୁ, ବିରାଟ ଭାବ!
ହରିପ୍ରିୟା ପଟ୍ଟନାୟକ
29-01-2024 / 18:40:39
Short,sweet and simple. ବହୁତ ସୁନ୍ଦର ହେଇଛି କବିତାଟି।