କବିତା
କିଏ ହେବ ତାର ସରି

ବଡ଼ କଥା ନୁହେଁ ଯୁକ୍ତିରେ ଜିତିବା
କଳି ତକରାଳ କରି,
ନିଜ ହାରପଣ ଜିତିପାରେ ଯିଏ
ଜିଣି ପାରିଥାଏ ଅରି ।
ନିଜକୁ ବୁଝିବା କଥାଟି ଅଟଇ
ଆତ୍ମବିଶ୍ଵାସର କଥା
ଦୁବଳ ମନକୁ ଜିତିପାରେ ଯିଏ
ପାଇଥାଏ ସଫଳତା।
ସବୁ ବିଜ୍ଞାନର ପଛରେ ରହିଛି
ମାନସିକ ଟାଣପଣ,
ସଫଳ ମଣିଷ ବୁଝନ୍ତି କଥାଟି
ପାଆନ୍ତି ନୂଆ ସନ୍ଧାନ ।
ଦୁର୍ବଳତା ଠାରୁ ଦୂରେଇ ରହେ ଯେ
ସଫଳ ହୁଅଇ ସେଇ
ଯେତିକି ଦୁର୍ବଳ ଭାବିବା ନିଜକୁ
ସେତେ ହାରୁଥିବା ଭାଇ ।
ଆଖି ଦେଖୁଥିବା ଜୟ ପରାଜୟ
ଆଲୁଅ ଅନ୍ଧାର ପରି,
ନିଜ ହାରପଣ ଜୟ କରିଛି ଯେ
କିଏ ହେବ ତା`ର ସରି ?

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
02-12-2025 / 18:36:31
ଭଲ ଲାଗିଲା କବିତା ମାଧ୍ୟମରେ ବାର୍ତ୍ତା ଟି।
ହରିପ୍ରିୟା ପଟ୍ଟନାୟକ
01-12-2025 / 19:04:41
ଶିକ୍ଷାମୂଳକ କବିତାଟି ଭଲଲାଗିଲା।
ଲକ୍ଷ୍ମୀକାନ୍ତ ଦଳେଇ
01-12-2025 / 13:45:47
ଲେଖିକାଙ୍କ ସବୁ ଲେଖା ଭଳି ଏ ଲେଖାରେ ବି ନୂଆପଣ ରହିଛି। ସୁନ୍ଦର ଓ ମନଛୁଆଁ ଗୀତ।
Mohan Kumar swain
01-12-2025 / 12:18:48
ସୁନ୍ଦର ଲାଗିଲା କବିତା ଟି