କବିତା
ଇଚିରି-ମିଚିରି

ଇଚିରି-ମିଚିରି ଧାଏଁ ଚିରିଚିରି
କିଚିରି କରିଲା କେଁ
କଇଆଁ ଗଛରୁ ହନୁ ଝାମ୍ପ ଦେଲା
ପାତି କାନ୍ଦୁଥିଲା ଭେଁ ।
କାହିଁକିରେ ପାତି କାନ୍ଦିଲୁ ଏମିତି
କିଏ କି` କହିଲା ତୋତେ
କାନମୋଡି ତାକୁ ସାବାଡ କରିବି
ନାଆଁ ତା`ର କହ ମୋତେ ।
କହିବୁନି ଯଦି କହ
ତୁଉନି-ତାଆନି ରହ ।
ଗୁଣ୍ଡୁଚି ଚଢିଲା ମକା ଗଛରେ ଲୋ`
ଏଣ୍ଡୁଅ ଖାଇଲା ଯଅ।
ଯଅ ଗଛ ବଡ ଡେଙ୍ଗା
ଏଇବାଟେ ଗଲା ଡେଙ୍ଗେଇ ନାନୀ ମୋ`
ମୁଣ୍ଡରେ ବାଜିଲା ଠେଙ୍ଗା ।
∎
ଶୁଶୁଡା, ଅନୁଗୋଳ
ମୋ – 7978087891-

ଲେଖା ସମ୍ପର୍କୀୟ ମତାମତ
ଧୀରେନ ମିଶ୍ର
02-12-2025 / 23:25:00
ମୋ କବିତାଟିକୁ ମନଯୋଗସହ ପଢି ମତାମତ ଦେଇଥିବା କବିବନ୍ଧୁମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ଧନ୍ୟବାଦ ଓ ପ୍ରଣାମ ।
ଧୀରେନ ମିଶ୍ର
02-12-2025 / 22:47:15
ମୋ କବିତାଟିକୁ ପଢି ବହୁମୂଲ୍ଯ ମତାମତ ପ୍ରଦାନ କରିଥିବା ସାରସ୍ବତ ସାଧକ/ସାଧିକାମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ପ୍ରଣାମ ଜଣାଉଛି ।
ଡ. ବିଜୟା ପାତ୍ର
02-12-2025 / 18:40:11
ବହୁତ ମନ ମତାଣିଆ ଲେଖାଟି। ନାନାବାୟା ଗୀତର ସ୍ପର୍ଶ ରହିଛି।
ହରିପ୍ରିୟା ପଟ୍ଟନାୟକ।
01-12-2025 / 19:08:45
ଭଲଲାଗିଲା କବିତାଟି।
Mohan Kumar swain
01-12-2025 / 12:21:13
ଅତି ସୁନ୍ଦର ଲାଗିଲା ନାନାବାୟା ଗୀତଟି