କବିତା
ନଈ ଆରପଟେ

ନଈ ଆରପଟେ ଚାକୁଣ୍ଡା ଗଛ
ଛାଇ ତଳେ ଜଳେ ଖେଳଇ ମାଛ
ସୁଲୁସୁଲୁ ବହେ ବାଆ
ନଈ ପାରି ବେଳେ ବାଟୋଇଭାଇରେ
ଘଡ଼ିଏ ବସିକି ଆ ।
ଟପ୍ ଟାପ୍ ପଡ଼େ ଚାକୁଣ୍ଡା ଫଳ
ଗାଈ ଖାଉଥାନ୍ତି ଗଡ଼ାଇ ଲାଳ
ପାକୁଳି କରନ୍ତି ଶୋଇ
ସୂରୁଜ ଉଠିଲେ ମୁଣ୍ଡ ଉପରକୁ
ବାଟୋଇ ମାରଇ ହାଇ ।
ପିଲାଏ ଖେଳନ୍ତି ଡାଳମାଙ୍କୁଡି
ଦୋକାନୀ ବସିକି ବିକେ କାକୁଡ଼ି
ନିଅ! ନିଅ ! ବୋଲି ଡାକେ
ଖାଇବା ପାଇଁକି ଇସୁକୁଲ ପିଲା
ଅନାନ୍ତି ଝରକା ଫାଙ୍କେ ।
କା`ର ନ ସରଇ ପତର ଗୋଟା
ଆଙ୍କୁଡିରେ ଝିଙ୍କି ଭାଙ୍ଗେ କେ ଝଟା
ରଜେ ଝୁଲୁଥାଏ ଦୋଳି
ଗାଆଁ ଝିଅମାନେ ଗାଉଥାନ୍ତି ଗୀତ
ପିଲାଏ ମାରନ୍ତି ତାଳି।
ଗ୍ରା/ପୋ -ତୋଟାପଡା
ଭାୟା -ଘଣ୍ଟେଶ୍ଵର
ଜିଲ୍ଲା -ଭଦ୍ରକ-୭୫୬୧୨୯

ଲେଖା ସମ୍ପର୍କୀୟ ମତାମତ
ଧୀରେନ ମିଶ୍ର
02-12-2025 / 23:19:17
ଭଲ ଲାଗିଲା ।
ଡ. ବିଜୟା ପାତ୍ର
02-12-2025 / 18:38:02
ଭଲ ଲାଗିଲା।
ଅନନ୍ତ କୁମାର ସେନାପତି
01-12-2025 / 18:51:02
ଖୁବ ସୁନ୍ଦର
Mohan Kumar swain
01-12-2025 / 12:16:55
ଅତି ସୁନ୍ଦର ଲାଗିଲା କବିତା ଟି