କବିତା
ଟିକି ଚଢ଼େଇ

ଟିକି ଟିକି ଟିକି ଟିକି ଟିକି ଚଢ଼େଇ
ଟିକି ଚଢ଼େଇ ।
ନୀଳ ଆକାଶରେ ଉଡ଼େ ଡେଣା ବାଡ଼େଇ
ଟିକି ଚଢ଼େଇ ।।
ଭୋକ ହେଲେ ଖାଏ ଫଳ ଥଣ୍ଟ ବଢେଇ
ଟିକି ଚଢ଼େଇ ।
ଶୋଷହେଲେ ପିଏ ପାଣି ଡେଣା ବୁଡ଼େଇ
ଟିକି ଚଢ଼େଇ ।।
ଆମ କୁନା ଚାହିଁଅଛି ହାତ ବଢ଼େଇ
ଟିକି ଚଢ଼େଇ ।
ଭାତମୁଠେ ଦେଇଅଛି ତଳେ କୁଢ଼େଇ
ଟିକି ଚଢ଼େଇ ।।
ଧରିବନି ତତେ କୁନା ଦେବ ଉଡେଇ
ଟିକି ଚଢ଼େଇ ।
ଦୁଃଖ ତତେ ଦେବନାହିଁ ଖୁସି ଛଡେଇ
ଟିକି ଚଢ଼େଇ ।।
ଶୀତହେଲେ କୁନା ଦେବ ତୁଳା ଗୁଡେ଼ଇ
ଟିକି ଚଢ଼େଇ ।
ଖରାହେଲେ ଛତାଟିଏ ଦେବ ବଢେଇ
ଟିକି ଚଢ଼େଇ ।।
ମେଘହେଲେ ଦେବତୋତେଝରିଘୋଡେ଼ଇ
ଟିକି ଚଢ଼େଇ ।
ତୋସାଥେ ଖେଳିବ କୁନା ଧୂଳି ଉଡେଇ
ଟିକି ଚଢ଼େଇ ।।
ଟିକି ଟିକି ଟିକି ଟିକି ଟିକି ଚଢ଼େଇ
ଟିକି ଚଢ଼େଇ ।।
∎
କେନ୍ଦୁଝର
୯୪୩୮୧୯୨୮୧୦

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
02-12-2025 / 18:34:49
ଆହୁରି ଭଲ ହେଇ ପାରିଥାନ୍ତା। ପ୍ରୟାସ ଜାରି ରହୁ।
Mohan Kumar swain
01-12-2025 / 12:15:07
କବିତାର ପ୍ରଥମ ଚରଣ ପଢ଼ି ମୋ ମୁଣ୍ଡଟା ଫାଟିଗଲା ଆଜ୍ଞା । ଏହି କବିତାଟି କିପରି ସ୍ଥାନିତ ହୋଇଛି ଜାଣି ପାରୁନାହିଁ ।