Skip to content
ଶିଶୁ କିଶୋର

କବିତା

ମୁଁ ଓ ବହି

ମୁଁ  ଓ  ବହି

ବହି ଯେ ବହି ମୋ`ପାଠ ବହି,
ତା` ଉପକାର ହୁଏନା କହି ।
କେତେ ବିଷୟେ କେତେଯେ ଜ୍ଞାନ,
ପାଇ ସେଥିରୁ ଗଢେ ଜୀବନ।
ଦେଶ ବିଦେଶ ସହର ଗାଆଁ,
ସମାଜ ଘର ବାପାଠୁ ମାଆ।
ପାହାଡ ନଈ ସାଗର କେତେ,
ରହିଛି ଏଇ ଧରାରେ ଯେତେ।
ଜୀବଜଗତ ସରଗ କଥା,
ବହି ଭିତରେ ହୋଇଛି ଗୁନ୍ଥା।
ଜାତିଜାତିକା ଆହୁରି ବହି,
ଘରେ ଆମର ଅଛିଟି ରହି।
କେବେଠୁ କିଏ ରଖିଛି ଆଣି,
କେହି ତ ହେଲେ ପଢିବ ଜାଣି।
ସେଥିରୁ ବାଛି ପିଲାଙ୍କ ବହି,
ଦିଅନ୍ତି ମାଆ ପଢିବା ପାଇଁ।
ଗୋଟିକିଗୋଟି ସେ`ବହି ପଢି,
ଜାଣିବାପଣ ଯାଏ ମୋ ବଢି।
ବହିପଢାରେ ଅନେକ ମଜା,
ଥରକୁଥର ହୁଏ ସେ` ଖୋଜା।
ବହିଟି ଯେବେ ମୋ`ହାତେ ଥାଏ,
ସାରାସଂସାର ଭୁଲି ମୁଁ ଯାଏ।
∎
ନୀଳାଦ୍ରିବିହାର
ଭବନେଶ୍ୱର-୨୧
ମୋ-୯୮୬୧୫୭୮୫୩୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

29-08-2025 / 22:04:14

ଭଲଲାଗିଲା କବିତାଟି।

ରଘୁନନ୍ଦନ ମହାପାତ୍ର

02-08-2025 / 23:04:22

ଅତି ସୁନ୍ଦର ଉପସ୍ଥାପନା।ବହି ପାଇଁ କଲମର କରାମତି ବେଶ୍ ଚମତ୍କାର। ବହୁତ ବଢିଆ। ଧନ୍ୟବାଦ ଜଣାଉଛି।

ରାଧାମାଧବ ରଥ।

01-08-2025 / 16:16:25

ବହୁତ ସୁନ୍ଦର କବିତାଟିଏ। ଭଲ ଲାଗିଲା।

Mohan Kumar swain

01-08-2025 / 15:40:07

ଭଲ ଲାଗିଲା କବିତା ଟି

ଜୟକୃଷ୍ଣ ସାହୁ

01-08-2025 / 11:23:10

ମନୋରମା ମାମ୍ , କବିତାଟି ଭଲଲାଗିଲା। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion