କବିତା
ଟୁକୁନା ଋଷିଛି

ଏଡିକି ଟିକେ କଅଁଳା ଛୁଆ
ଋଷି ବସିଛି ଆଜି ,
କିଏ ସେ ତାକୁ କହିଲ କିସ
ଘର ମୁରବି ସାଜି ।
କେତେ ସୁଧାର ଟୁକୁନା ଆମ
ଜମା କରେନା ଅଳି ,
ଯାହା କହିଲେ ମାନି ସେ ଯାଏ
କେବେ ଖାଏନା ଗାଳି ।
ଆଜି କାହିଁକି ଋଷି ବସିଛି
ଘର କୋଣରେ ଯାଇ ,
କିଛି ଖାଉନି କିଛି କହୁନି
କାନ୍ଦୁଛି କଇଁ କଇଁ ।
ଘର ବାହାର ଖୋଜା ପଡ଼ିଲା
କଅଣ ତାର ଲୋଡ଼ା,
ଆକାଶ ଜହ୍ନ ଚିଲିକା ମାଛ
ଅବା ପବନ ଘୋଡ଼ା ।
ବଡ଼ ସରାଗେ ପାରା କୁକୁଡ଼ା
ସାଥେ ସେ ଖେଳେ ନିତି ,
ଛେଳି ,ବାଛୁରୀ,ଶୁଆ, ବିଲେଇ
ସଭିଏଁ ତା'ର ସାଥୀ ।
ଆଖି ଆଗରେ ଛେଳି ଛୁଆର
ଜୀବନ ଗଲା ନାଶ ,
ମାଉଁସ ଖାଇ ସଭିଏଁ ଖୁସି
ହଜିଛି ତା'ର ହସ ।
∎
ପାଟଣାଗଡ଼, ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
30-08-2025 / 20:50:39
ସୁନ୍ଦର ଭାବ ପୂର୍ଣ୍ଣ କବିତା
ବୃନ୍ଦାବନ କୁମ୍ଭାର
02-08-2025 / 09:25:23
ଅତି ସୁନ୍ଦର
ବିଜୟା
02-08-2025 / 00:08:14
ଭଲ ଲାଗିଲା, କବିତା ରଚନା ଶୈଳୀ ବି, ମେସେଜ୍ ବି।
ବିରଞ୍ଚି ନାରାୟଣ ଦାଶ
01-08-2025 / 22:18:39
ବହୁତ ଭଲ ହୋଇଛି କବିତା।
Dhananjaya swain
01-08-2025 / 16:33:58
Bhala lagila