Skip to content
ଶିଶୁ କିଶୋର

କବିତା

ହସିବ ଆମ ଦେଶ

ହସିବ ଆମ ଦେଶ

ନଦୀ ପାଣି ନଦୀ କି ଯାଆ
ଆରେ ବରଷା ବରଷି ଯାଆ
ମେଘ ବରଷା ଆଇଲା ମାଡ଼ି
ଚଷା ପୁଅ ଗଲା ଅଣ୍ଟା ଭିଡ଼ି
କଷ୍ଟ କରି କରିବ ରେ ଚାଷ
ନରଖି ବ ଆମକୁ ଉପାସ
ପନିପରିବା କର ଇ ଚାଷ
ସବୁ କରେ ହୋଇ ହସ ହସ
ଦେଶର ସିଏ ବଢାଏ ମାନ
ତା ପାଇଁ ଅଛି ଆମ ଜୀବନ
ଚଷା ଭାଈଟି ସଦା ଗରିବ
ତାକୁ ଭରଷା ଏ ପାଣି ପାଗ
ଗଛ ଲଗାଇବା ଧାଡ଼ି ଧାଡ଼ି
ପରିବେଶ ଯିବନି ବିଗିଡ଼ି
ଋତୁ ଅନୁଯାୟୀ ହବ ଚାଷ
ହସିବ ଆମ ଭାରତ ଦେଶ।
ସୁନାର ଦେଶ ଆମ ଭାରତ
ତାପାଣି ପଵନ ଆମ ହିତ
ଅନେକ ଭାଷା ଅନେକ ଜାତି
ମାନିବୁ ଆମେ ଦେଶର ନିତି
କୃଷକ ସୈନିକ ମିଳିମିଶି
ଦେଶ ପ୍ରଗତି ରେ ରହି ଖୁସି।
ଏକତା ଆମ ଦେଶର ବଳ
ବିପଦରେ ରହିବା ଅଟଳ।

∎

ବଲାଙ୍ଗୀର
ମୋ ୯୯୩୮୭୭୦୬୯୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

24-08-2025 / 22:54:31

ଭଲ ଲାଗିଲା କବିତା ଟି

Sanjukta parichha

01-08-2025 / 14:39:26

ସୁନ୍ଦର କବିତାଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion