କବିତା
ରହିବନି କିଛି ବାଙ୍କ

ଏଣୁତେଣୁ ଗୁଡେ କଥା ନ କହିକି
ଭଲ କଥା ପଦେ କୁହ
ଖରାପ ଗୁଣକୁ ଦୂରେ ଠେଲି ଦେଇ
ଶାନ୍ତିରେ ଟିକିଏ ରୁହ ।
ଅନ୍ୟ କିଏ କଲା ନ କଲା ନ ଦେଖି
ନିଜେ ଚାରା ରୋପି ଦିଅ
ଯେଉଁ ଚାରା ରୋପି ଦେଲ ସେ ଚାରାର
ଆଦରେ ଯତନ ନିଅ ।
ବେଶି ଗୁଡେ଼ କାମ ଖଣ୍ଡିଆ ନ କରି
ଗୋଟେ ଗୋଟେ କାମ କର
କାମଟି ସହଜ ହୋଇବା ପାଇଁକି
କାମରେ ମମତା ଭର ।
ଛୋଟ ଉଇ ଟିକେ ଟିକେ ମାଟି ନେଇ
ଦିଅନ୍ତି ସେ ହୁଙ୍କା ଗଢି
ଅଳପ ଅଳପ ପଢି ଆଗେଇଲେ
ଅଧିକ ପାରିବା ପଢି ।
ପିମ୍ପୁଡ଼ିଙ୍କୁ ଦେଖ ଧାଡ଼ି କରି ସିଏ
ଯାଆନ୍ତି କାମରେ ତାଙ୍କ
ଶୃଙ୍ଖଳାରେ କାମ କଲେ ଶୀଘ୍ର ହେବ
ରହିବନି କିଛି ବାଙ୍କ ।
ବୁଝି ଶୁଝି ଠିକ ଭାବେ କରୁଥିଲେ
କାମ ତ ସହଜ ହୁଏ
ଖୁସିର ମହକ ଛୁଟି ଆସେ ଯେବେ
ସଫଳତା ହୃଦ ଛୁଏଁ।
∎
ମିଶ୍ର କଲୋନୀ
ଶାଳପଡ଼ା, କେନ୍ଦୁଝର
ଦୂରଭାଷ - ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ