Skip to content
ଶିଶୁ କିଶୋର

କବିତା

ଭଲ ମଣିଷଟେ ହେବାରେ !

ଭଲ ମଣିଷଟେ ହେବାରେ !

ଖରା ବରଷାର ଅଦଉତି ନାହଁ ମରତେ
ନିଛିପର ଧରା ମନ ମୋହୁଛି ଏ ଶରତେ ।
ପୁଲେଇ ଶେଫାଳି ମହମହ ବାସ ଛୁଟାଏ
ଧୋଵଲା ବଉଦ ମନରୁ ଯାତନା ତୁଟାଏ ।

ଗୁଣୁଗୁଣୁ ହୋଇ ଗୀତ ଗାଉଅଛି ଭଅଁର
ପଠାପାଟ ପରେ କାଶଫୁଲ ଵିଞ୍ଚେ ଚଅଁର ।
ଵାଡିରଞ୍ଜା ପରେ ଜହ୍ନିଫୁଲ ହସେ ଠୋଠା
ଦେଵୀ ଦେଖିବାକୁ ପିଲାଙ୍କର ଲାଗେ ଘୋଘା ।

ବରଷକ ପରେ ଦେବୀମାଆ ଵିଜେ ଧରାରେ
ନାହିଁ ତ ସେମିତି ଶୀତ କି ବରଷା ଖରାରେ ।
ମାଆ ଆସୁଛନ୍ତି କେତେ ସାଜସଜ୍ଜା ଧରଣୀ
ପୂଜାଫୁଲ ଦୀପ ଧୂପରେ ହୋଇବେ ଵରଣି।

ମାଆ ଚାହାଁନ୍ତିନି ଉଚ୍ଚସ୍ଵରେ ବାଜୁ ମାଇକି
କାନ ପଛେ ଫାଟୁ ଶୁଭୁଥାଉ ଆର ସାଇକି
ଧୂପଦୀପ ବଳିଫଳି ଚାହାଁନ୍ତିନି ମାଆ ସେ
ଭକତି ସହିତ ଡାକିଲେ ହୁଅନ୍ତି ସାହା ସେ।

ଆସଆସ ମୋର ଅଛ ଯେତେ ଭାଇଭଉଣୀ
ମାଆଙ୍କୁ ଡାକିବା ଭରି ଭକତିର ଗଉଣୀ ।
ଦୁଃଖୀରଙ୍କୀ ଭୋକୀ ସେଵାରେ ଜୀଵନ ଦେଵାରେ
ଭଲକାମ କରି ଭଲ‌ ମଣିଷଟେ ହେଵାରେ !!

∎
ରାଜା ବଗିଚା,କଟକ-୯
ମୋ-୯୪୩୭୧୯୨୮୯୦

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion