କବିତା
କୁଆଡେ ଥିଲୁ

ସକାଳ ହେଲେ ଗାଆଁ କୁ ଆସି
ହୁଁ ଙ୍କାର କରୁଥିଲୁ
ଚାଳ ଉପରେ ଧାଆଁ ଧପଡ଼
ଡିଆଁ ଟା ମାରୁଥିଲୁ।
ଦେଖିଛି ତୋତେ ବଡ଼ି ସକାଳୁ
ଆମ ବାଡ଼ିରେ ପଶି
ଦାନ୍ତ ଦେଖାଇ ମନ ଖୁସିରେ
ଖାଉ ପିଜୁଳି କଷି।
ଦେଖିଛି ତୋତେ ଅନେକ ଥର
ଝରକା ଦେଇ ଚାହୁଁ
ମୋ ପଢା ଘର ଆଖି ବୁଲାଇ
ମୋତେ ଖତେଇ ହଉ।
ତୋ ସହ ପାତି ହୋଇଛି ଦେଖା
ଅନେକ ଦିନ ପରେ
ପାତିମାଙ୍କଡ ଖାଆ କଦଳୀ
ଦାନ୍ତ ନିକୁଟି ଥରେ।
∎

ଲେଖା ସମ୍ପର୍କୀୟ ମତାମତ
ଲକ୍ଷ୍ମୀକାନ୍ତ ଦଳେଇ
01-10-2024 / 09:43:49
ବହୁତ ସୁନ୍ଦର