Skip to content
ଶିଶୁ କିଶୋର

କବିତା

ମୁଁ ପ୍ରକୃତିର ଫୁଲଟିଏ

ମୁଁ ପ୍ରକୃତିର  ଫୁଲଟିଏ

ମୁଁ ପ୍ରକୃତିର ଫୁଲଟିଏ
ସୁନ୍ଦରପଣରେ ହସୁଥାଏ
ସୁନ୍ଦରପଣରୁ ଆହୁରି ସୁନ୍ଦର
ବାସନାରେ ମନ ମୋହିନିଏ। (୦)

ମୁଁ ପ୍ରକୃତିର ଫୁଲଟିଏ
ନାନା ରଙ୍ଗେ ମୁହିଁ ଶୋଭାପାଏ
ରଙ୍ଗ ଚମକରୁ ଆହୁରି ଚମକ
କୋମଳତା ମୋର ବାଣ୍ଟୁଥାଏ। (୧)

ମୁଁ ପ୍ରକୃତିର ଫୁଲଟିଏ
କେତେ ମିଠା ମହୁ ରଖିଥାଏ
ମିଠାରୁ ମଧୁର ଭାବନାରରେ ମୋର
ସଭିଙ୍କୁ ନିଜର କରିଦିଏ। (୨)

ମୁଁ ପ୍ରକୃତିର ଫୁଲଟିଏ
ଫଗୁଣ ଦୋଳିରେ ନାଚୁଥାଏ
ନାଚରୁ ସୁନ୍ଦର ଜୀବନଟା ମୋର
ସଭିଙ୍କୁ ଆପଣା ଭାବିନିଏ। (୩)


∎
ଖଣ୍ଡଗିରି ( ଡୁମଡୁମା - କ)
ଭୁବନେଶ୍ୱର - ୭୫୧୦୩୦
ମୋ - ୯୭୭୭୯୬୮୭୧୯

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion