କବିତା
ଗୀତତାର ଚମକାଏ

ନାନାଜାତିଫୁଲଫୁଟେ
କଅଁଳଇ ପତର
ଗଛଡାଳୁ ଚଉଦିଗେ
ଛୁଟେ ତାର ଅତର ||
ନିରବରେ ଶୋଇଥାଏ
କୁନିପୁଅ ନିଦରେ
ବରଷା ଢାଳଇ ପାଣି
ମାଟିଦେହେ ଆଦରେ ||
ଘଡ଼ଘଡି ଡାକ ଶୁଣି
ନିଦ ତାର ଭାଙ୍ଗେରେ
ବିଜୁଳିର ଚମକରେ
ତାକୁ ଡର ଲାଗେରେ ||
ଲୁଚି ଲୁଚି ଚାଲିଯାଏ
ରାତି ବହୁଦୂରକୁ
ସକାଳ ଆସଇ ଫେରି
ଗାଆଁ ପଲ୍ଲୀ ପୂରକୁ ||
କଳାମେଘ ଘୋଟିଥାଏ
ଦିଶେନାହିଁ ସୂରୁଜ
ଉଇଁଯାଏ ନବୁଣି ତା
ନାଲି ନାଲି ମୁରୁଜ ||
ନିଦୁ ଉଠି ଧାଏଁ ଚାଷୀ
ତାର ସୁନା କ୍ଷେତକୁ
ଫସଲ କାଢି ଉଡାଏ
ତା ଵିଜୟ ନେତକୁ ||
ଵହି ଖାତା ଧରି ଯାଏ
ପାଠଶାଳା ଗଉରୀ
ନଈଦେହେ ଖେଳୁଥାଏ
ଗୋଳିପାଣି ଭଉଁରୀ ||
ଗୀତ ତାର ଚମକାଏ
କହିଦିଏ କାନରେ
ବରଷା ଆସିଛି ଦେବ
ଦୁନିଆକୁ ଦାନରେ ||
କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦
ପିନକୋଡ -୭୫୨୧୦୪

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
04-07-2025 / 20:17:18
ଅତି ସୁନ୍ଦର ସର୍ବଗୁଣ ସମ୍ପନ୍ନ କବିତା
ବୃନ୍ଦାବନ କୁମ୍ଭାର
01-07-2025 / 17:09:33
ଅତି ସୁନ୍ଦର
ଜୟକୃଷ୍ଣ ସାହୁ
01-07-2025 / 16:29:53
ସୁନ୍ଦର କବିତାଟିଏ। ଭଲଲାଗିଲା।