କବିତା
ଅକଲ ମକଲ ଟକଲ ଟିଆଁ

ଅକଲ ମକଲ ଟକଲ ଟିଆଁ
ବିଲୁଆ ର ଘରେ ଲାଗିଛି ନିଆଁ
ସଅଳ ସଅଳ ଦୌଡ଼ି ଯାଅ
ଦମକଳ ଟିକୁ ଖବର ଦିଅ
ବିଲୁଆ କହୁଛି କୋକି କୁ ଚାହିଁ
ଏକ ଶୂନ ଏକ ଟିପିବୁ ଯାଇ
କୋକିଶିଆଳି ର ଅକଲ ଦେଖ
ଏକ ଶୂନ ଶୂନ ମାରିଛି ଟିପ
ଆସି ପହଂଚିଲା ପୁଲିସି ଗାଡି
ବିଲୁଆ ର ମୁଣ୍ଡ ଗଲା ବିଗିଡି
ଟୁକୁନା ଋଷିଛି
ସୁଶ୍ରୀ ସଂଯୁକ୍ତା ପରିଚ୍ଛା
ଏଡିକି ଟିକେ କଅଁଳା ଛୁଆ
ଋଷି ବସିଛି ଆଜି ,
କିଏ ସେ ତାକୁ କହିଲ କିସ
ଘର ମୁରବି ସାଜି ।
କେତେ ସୁଧାର ଟୁକୁନା ଆମ
ଜମା କରେନା ଅଳି ,
ଯାହା କହିଲେ ମାନି ସେ ଯାଏ
କେବେ ଖାଏନା ଗାଳି ।
ଆଜି କାହିଁକି ଋଷି ବସିଛି
ଘର କୋଣରେ ଯାଇ ,
କିଛି ଖାଉନି କିଛି କହୁନି
କାନ୍ଦୁଛି କଇଁ କଇଁ ।
ଘର ବାହାର ଖୋଜା ପଡ଼ିଲା
କଅଣ ତାର ଲୋଡ଼ା,
ଆକାଶ ଜହ୍ନ ଚିଲିକା ମାଛ
ଅବା ପବନ ଘୋଡ଼ା ।
ବଡ଼ ସରାଗେ ପାରା କୁକୁଡ଼ା
ସାଥେ ସେ ଖେଳେ ନିତି ,
ଛେଳି ,ବାଛୁରୀ,ଶୁଆ, ବିଲେଇ
ସଭିଏଁ ତା`ର ସାଥୀ ।
ଆଖି ଆଗରେ ଛେଳି ଛୁଆର
ଜୀବନ ଗଲା ନାଶ ,
ମାଉଁସ ଖାଇ ସଭିଏଁ ଖୁସି
ହଜିଛି ତା`ର ହସ ।
∎
ପାଟଣାଗଡ଼, ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
04-07-2025 / 19:47:40
ମଜା କବିତାଟି ଚାରି ପଦ ଯାଏ ଖୁବ୍ ଭଲ ଥିଲା ମଝିରେ ନାଆଁ ଗାଆଁ ଠିକଣା ଦେଇ ଆଉ ଏକ କବିତା ପଶି ବିଚାର ବିଗାଡ଼ି କବିତାରେ ନିଆଁ ଲାଗିଗଲା ।