Skip to content
ଶିଶୁ କିଶୋର

କବିତା

ଏଇ ଅଗଷ୍ଟରେ

ଏଇ ଅଗଷ୍ଟରେ

ଲୋକେ କହନ୍ତିରେ ଲୋକେ କହନ୍ତି
ଅଗଷ୍ଟ ମାସଟି ଏକତିରିଶିଆ
ଆସିଯାଏ  ଆଣି କେତେ ଜୟନ୍ତୀ ।

କିଛି କହନ୍ତିରେ କିଛି କହନ୍ତି
ଅଗଷ୍ଟରେ ପଡ଼େ କେତେ ପୁଣ୍ୟତିଥି
ସ୍ମୃତି ପଟେ କିଛି  ଜିଇଁ ରହନ୍ତି ।

ଜୟନ୍ତୀ କଥାରେ ଜୟନ୍ତୀ କଥା
ପାଞ୍ଚରେ ବକୁଳବନ ଦୁର୍ବାସା
ନୀଳକଣ୍ଠଙ୍କୁରେ ନୁଆଁଉ ମଥା।

ଅଗଷ୍ଟ ନଅରେ ଅଗଷ୍ଟ ନଅ
ଶ୍ରାବଣ ପୂର୍ଣ୍ଣିମା ସ୍ୱଭାବ କବିଙ୍କ
ଜୟନ୍ତୀ ପାଳିବ ପିଲାଏ କହ ।

ଛବିଶ ଅଗଷ୍ଟ ଆସିବ ଯେବେ
ସେବାର ପ୍ରତୀକ ମାଆ ଟେରେସାଙ୍କ
ଜୟନ୍ତୀ ସମସ୍ତେ ଭାବି ଯେ ନେବେ ।

ଅଗଷ୍ଟ ସାତରେ ଅଗଷ୍ଟ ସାତ
ବିଶ୍ୱକବି ରବୀନ୍ଦ୍ରଙ୍କ ପୁଣ୍ୟତିଥି
କରିଦେବାରେ ତାଙ୍କୁ ପ୍ରଣିପାତ ।

ସିଏ  ସ୍ୱାଧୀନତା ଦିବସ ଆଣେ
ପ୍ରତି ଭାରତୀୟ ପାଇଁ ତ  ଗରବ
ଅଗଷ୍ଟ ପନ୍ଦର  ଜାଣେ ମୁଁ ଜାଣେ।

∎
   ୨୭,ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭ 

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

15-08-2025 / 20:30:30

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion