କବିତା
ମାଙ୍କଡ଼ ବିଲେଇ ଲାଗିଲେ କଳି

ମାଙ୍କଡ଼ ବିଲେଇ ଲାଗିଲେ କଳି,
କଥା କଟାକଟି ତେଜିଲା ପୁଣି ।
ମାଙ୍କଡ଼ କହିଲା ଶୁଣୁ ବିଲେଇ,
ମୋ ପରି ଭକତ ଜଗତେ କାହିଁ?
ଆକାଶ ତଳେ ମୋ ମୁକ୍ତି ଜୀବନ,
ଶେଜ ପରା ତୋର ଅନ୍ଧାର କୋଣ ।
ଡାଳ ଫଳ ପତ୍ର ମୋର ଆହାର,
ଜଗୁଥାଉ ତୁହି ଅଇଁଠା କା`ର ।
ବିଲେଇ କହିଲା ଶୁଣୁ ମାଙ୍କଡ଼,
ମୁଁ ପରା ସଭିଙ୍କ ବିଶ୍ବାସ ଗଡ ।
ନାହିଁ ତୋର ପରା ଖଣ୍ଡିଏ ବାସ,
ମୋ ପାଖରେ ଅଛି ରାଜ ଉଆସ ।
ଘରର ଛାତକୁ ଭାଙ୍ଗୁ ତୁ ଡେଇଁ,
ସୁରକ୍ଷାକାରୀ ମୁଁ ମାଲିକ ପାଇଁ ।
ସବୁ ଜୀବ ପାଶେ ଅଛି ସୁଗୁଣ,
କଳି କର କିଆଁ ବନ୍ଧୁ ଦିଜଣ ?
∎
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
24-08-2025 / 22:50:00
ଭଲ ଲାଗିଲା କବିତା ଟି