ଗପ
ବେଲୁନ୍

ମୁଁ ଯେମିତି ଜଣାଶୁଣା, ମତେ ଯେ ବିକେ ସେ ଆହୁରି ଅଧିକ ଜଣାଶୁଣା ହୋଇଯାଏ। ପିଲାଏ ଡାକ ଛାଡ଼ନ୍ତ- “ଏ ବେଲୁନ୍ବାଲା ଭାଇ, ବେଲୁନ୍ ଦେଇ ଯା`। ”` ସମସ୍ତେ ଡାକନ୍ତ ବେଲୁନ୍ବାଲା । କିଏ ପୁଣି ଗୀତ ଗାଏ- ଲା” ଲା” ଲା`, ବେଲୁନ୍ବାଲା । `
ମୁଁ ବଜାରରେ କେତେ ରଇଂରେ ମିଳେ, କେତେ ପ୍ରକାରର ବି ମିଳେ । ଗୋଲ, ଲମ୍ବାଳିଆ, ସାପ ଭଳି ମୋଡ଼ାମୋଡ଼ା ପୁଣି କିଏ ନାଲିପାନ ଭଳିତ ଆଉ କିଏ କେଉଁ ଖେଳନା ଭଳି । ତେବେ ମୋର ସାଧାରଣ ଆକୃତି ପ୍ରାୟ ଟିକେ ଲମ୍ବାଳିଆ। ମୁଁ ଯେତେବେଳେ ଫାଟେ ମୋର “ଢୋ ଶବ୍ଦରେଅନେକ ପିଲା ଚମକି ପଡ଼ନ୍ତି । ସବୁଠୁ ମଜା ହୁଏ ଫୁଙ୍କୁ ଫୁଙ୍କୁ ମୁଁ ଯେତେବେଳେ “ଢୋଂ କିନା ଫାଟେ। ଫୁଙ୍କୁଥିବା ପିଲା ଭାବୁଥାଏ ମୁଁ ଆହୁରି ବଡ଼ ଦିଶିବି, ଆହୁରି ଆହୁରି । ଲୋଭରେ ପଡ଼ି ସେ ଫୁଙ୍କେ। ମାତ୍ର ମୁଁ ଯେତେବେଳେ ଫାଟେ ତା ମୁହଁଟି ଫୁସ୍କି ଯାଏ। ଆଉ ଗୋଟିଏ ମଜା କଥା ହେଉଛି, ମୁଁ ଫୁକ୍କା ହୋଇଥିବା ଅବସ୍ତାରେ ଅନେକ ଦିନ ରହିଗଲେ ଆପେ ଫୁସ୍କ ଯାଏ। କାରଣ ପବନକୁ ନିବୁଜ କରିବା ସହଜ କଥା ନୁହେଁ । ପିଲାଏ ତ ମତେ ନେଇ ଖେଳନ୍ତି, ତେବେ ବାହା, ବ୍ରତ, ଜନ୍ମଦିନ ଆଦି ଉତ୍ସବ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନମାନଙ୍କରେ ସଜାସଜି ପାଇଁ ମତେ ବ୍ଯବହାର କରାଯାଏ। ମୋତେ ନେଇ ମଡେଲିଂ ଠାରୁ ଆରମ୍ଭ କରି ବିଜ୍ଞାପନ ଜାରି କରିବା ଓ ଭିନ୍ନଭିନ୍ନ ଆକୃତିରେ ଗଢ଼ି ଖେଳ ଖେଳିବା ସହ ଆକାଶରେ ଉଡ଼ିବା କାମ ମଧ୍ୟ କରାଯାଏ। ଏମିତିରେ ପିଲାମାନେ ମୋ ପେଟରେ ନିଜ ପାଟିର ପବନ ପୂରାଇ ସିନା ଫୁଙ୍କନ୍ତି କିନ୍ତୁ ହିଲିଅମ୍, ହାଇଡ୍ରୋଜେନ୍, ନାଇଟସ୍ ଅକ୍କାଇଡ୍ ଓ ଅମ୍ଳଜାନ ମୋ ଭିତରେ ଭରି ମୋତେ ଅନେକ କାମରେ ଉପଯୋଗ କରାଯାଏ।
ମୁଁ କ`ଣ କେବଳ ରବର୍ରେ ଗଢ଼ା ହୁଏ କି ? ରବର୍ ଛଡ଼ା ଲାଟେକ୍ସ୍,ପୋଲିକୋପ୍ରିନ୍ ଓ ନାଇଲନ୍ ଭଳି ବିଭିନ୍ନ ନମନୀୟ ପଦାର୍ଥରେ ମୁଁ ତିଆରି ହୋଇଥାଏ। ଗୋଟିଏ ଗ୍ୟାସ୍ ବେଲୁନ୍ ତିଆରି କରି ୧ ଡିସେମ୍ବର ୧୭୮୩ରେ ପ୍ରଫେସର୍ ଜ୍ୟାକ୍ ଚାର୍ଲ୍ସ ପ୍ରଥମେ ଆକାଶରେ ଉଡ଼ି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ । ସେଇ ଭଳି ଆଉ ଗୋଟିଏ ମନେ ରଖିବା ଭଳି କଥା ହେଉଛି, ଆଜିକାଲି ବଜାରରେ ମିଳୁଥିବା ପିଲାମାନଙ୍କ ପ୍ରିୟ ମୋର ରବର ରୂପର ଆବିଷ୍କାରକ ଥିଲେ ମାଇକେଲ୍ ଫାରାଡେ;ତାହା ହେଉଛି ୧୮ ୨୪ ମସିହାର କଥା। ଜାଣିଛ ତ ମୁଁ କେମିତି ହୃଦ୍ରୋଗର ଚିକିତ୍ସା ପାଇଁ ବି ଲାଗେ ? ଯେଉଁଠି ଧମନି ଚିପି ହୋଇ, ସେଠାରେ କିଛି ଚର୍ବି ଜମି, ରକ୍ତ ଯିବା ଆସିବାରେ ଅସୁବିଧା ହେଉଥାଏ, ଆଞ୍ଜିଓପାଷ୍ଟ୍ କରି ସେ ସ୍ଥାନକୁ ମତେ ଖୁବ୍ ଛୋଟ କରି ପଠେଇ ଦିଆହୁଏ। ମୁଁ ସେଠି ପହଞ୍ଚି ବାଟ ଫିଟେଇବାରେ ସାହାଯ୍ୟ କରେ। ତା`ର ଅର୍ଥ ମୁଁ କେବଳ ଖେଳନା ନୁହେଁ । ତାହା ଠାରୁ ଅଧିକ ଆହୁରି ଅନେକ କିଛି। ଏପରିକି ମୁଁ ଏକ ପ୍ରକାରର ଔଷଧ ଭଳି ବି କାମ କରେ।

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
02-12-2025 / 18:55:10
ଭଲ ଲାଗିଲା।
ଅନନ୍ତ କୁମାର ସେନାପତି
01-12-2025 / 19:11:44
ସାର, ନମସ୍ତେ ଶିଶୁ ମାନଙ୍କୁ ସୁନ୍ଦର ଶିକ୍ଷଣୀୟ ଲେଖାଟିଏ ପ୍ରଦାନ କରିଛନ୍ତି । ଅଭିନନ୍ଦନ ଜଣାଉଛି
ଡକ୍ଟର ସୁନାମଣି ରାଉତ
01-12-2025 / 16:05:22
ଗପଟି ପିଲାମାନଙ୍କ ପାଇଁ ବେଶ୍ ଖୁସିବାସିର, ଶିକ୍ଷଣୀୟ ଓ ତଥ୍ୟ ଭିତ୍ତିକ । କେତେକ ସ୍ଥାନରେ ଵର୍ଣାଶୁଧ୍ଧି ପ୍ରତି ସଂପାଦକ ବିଶେଷ ଦୃଷ୍ଟି ଦେଇଥିଲେ ଭଲ ହୋଇଥାନ୍ତା। ପ୍ରାୟ ପ୍ରତ୍ୟେକ ସଂଖ୍ୟାରେ ଏହିଭଳି ତ୍ରୁଟି ରହୁଥିଵାର ଦେଖାଯାଉଛି। ପିଲାଙ୍କ ପତ୍ରିକା ହୋଇଥିବାରୁ ଏହାକୁ ଅନ୍ୟଥା ନମଣି ଏଥିପ୍ରତି ଗୁରୁତ୍ବ ଦେବେ ବୋଲି ଆଶା।
ପ୍ରଫୁଲ୍ଲ କୁମାର ସାହୁ
01-12-2025 / 14:50:51
ଅତି ସୁନ୍ଦର, ଶିକ୍ଷଣୀୟ
Dhananjaya swain
01-12-2025 / 13:58:43
Very educative and informative for children