କବିତା
ଜନମ ଭୂଇଁ ଓଡିଶା

ଜନମ ଭୂଇଁ ଓଡିଶା ମୋର
ତାପରି କେହି ନାହିଁ
ତାହାରି କୋଳେ ଜନମ ହୋଇ
ଧନ୍ୟ ହୋଇଛି ମୁହିଁ ।
ଉତ୍କଳ ବୋଲି ଜାଣନ୍ତି ତାକୁ
ଯେଣୁ ଉତ୍କୃଷ୍ଟ କଳା
ସାକ୍ଷୀ କୋଣାର୍କ, ଖଣ୍ଡଗିରିର
ସାଧୁ ସନ୍ଥଙ୍କ ମେଳା ।
ତାରକସିରେ ବିଖ୍ୟାତ ଆଜି
ତାର କଟକ ଜିଲ୍ଲା
ଜିଆଇ ମାନ୍ୟ ଆଣିଦେଇଛି
ଓଡିଶା ରସ ଗୋଲା ।
ପୁରୀ ଚାନ୍ଦୁଆ ଢେଙ୍କାନାଳିଆ
ବରା ପ୍ରସିଦ୍ଧ ଏଠି
ତା ଭାଷା ସଂସ୍କୃତି ପୂଜା ପଦ୍ଧତି
ଧରି ରଖେ ଏକାଠି |
ଏଠି ଜନମ ଜୟି ବାଜିଆ
ରେବତୀ ସ୍ରଷ୍ଟା କବି
ମଧୁବାବୁଙ୍କ ସେ ବର୍ଣ୍ଣବୋଧ
ଆକର୍ଷଣୀୟ ଛବି |
ସମ୍ବଲପୁରୀ ଶାଢି ଆଦର
ଆମର ପରିଚୟ
ବିଶ୍ଵରେ ଆଜି କହୁ ଗର୍ବରେ
ବୁଣାକାରର ଜୟ ।
ଓଡିଶା ପାଇଁ ଆସରେ ଭାଇ
ଫୁଲାଇ ଦେଇ ଛାତି
ଗାଇବା ତାର ଯଶ ଗୌରବ
ରଖି ତା ଭାଷା ପ୍ରୀତି ।
∎
ଗୋରଡା ପାଳ , କରମୂଳ, ମହିମାଗାଦି
ଢେଙ୍କାନାଳ, ଦୂରଭାଷ - ୯୯ ୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
କୁମାର ସୁଧୀରଜୀ
14-04-2025 / 13:10:58
ଆମେ ଓଡିଆ ଭାରି ବଢିଆ ଆମ ରାଇଜ ଓଡିଶା ମିଳିମିଶିକି ରହିବା ଆମେ ସହିତେ ସାଇ ପଡିଶା। କବିତା ବନେ ଶିଶୁର ମନେ ରାଇଜ ଭାବ ବୁଣି ମାଟିଭକତି ଭାଷା ପୀରତି ଜଗେଇଦେଲ ପୁଣି। ଏଇ ପରିକା ସୁନ୍ଦର ଗୀତ ରଚହେ କବିବନ୍ଧୁ ତୁମରି ଚଲାପଥରେ ସାହା ହୁଅନ୍ତୁ ଜଗବନ୍ଧୁ। ଧନ୍ୟବାଦ ବହୁତ କବି ବନ୍ଧୁ
dinabandhu Poi
08-04-2025 / 14:55:18
ମତାମତ ଦେଇଥିବା ଶ୍ରୀଯୁକ୍ତ ଦାସ ସାର ଓ ଶ୍ରୀଯୁକ୍ତ ସାଦୁ ସାରଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି, ଉଭୟଙ୍କୁ ପ୍ରଣାମ ।
Jayanta Kumar Dash
03-04-2025 / 17:20:27
Ati sarasa sundar o ମନମୁଗ୍ଧକର ଶିଶୁ କବିତା
Jayanta Kumar Dash
03-04-2025 / 17:20:26
Ati sarasa sundar o ମନମୁଗ୍ଧକର ଶିଶୁ କବିତା
ଜୟକୃଷ୍ଣ ସାହୁ
01-04-2025 / 17:51:45
ସୁନ୍ଦର ଦେଶାତ୍ମବୋଧକ କବିତା। ଭଲ ହୋଇଛି। ଧରି ରଖନ୍ତୁ।