କବିତା
ଏକତା

ଏକକ ସମଷ୍ଟି ହୁଅଇ ଏକତା
ସବୁଠାରେ ଗ୍ରହଣୀୟ,
ଏକତା ଯେ ଏକ ସମ୍ପର୍କ ସୌନ୍ଦର୍ଯ୍ୟ
ସବୁଠାରେ ସ୍ପୃହଣୀୟ ।
ଉଇଙ୍କ ଏକତା ହୁଙ୍କା ନିର୍ମାଣରେ
ବିରାଟ ବିରାଟ କରି,
ପିମ୍ପୁଡ଼ି ଏକତା ଲମ୍ବା ଧାଡ଼ି ହୋଇ
ଖାଦ୍ୟ ସଂଗ୍ରହରେ ଚାଲି ।
ଫୁଲରୁ ଫୁଲକୁ ମହୁ ସଂଗୃହିତ
ମକ୍ଷିକା କରେ ସଞ୍ଚୟ,
କପୋତ ଏକତା ଜାଲେ ଉଡ଼ିଯାଇ
ପ୍ରାଣରକ୍ଷ। ପାଇଁ ଲୟ ।
ବ୍ୟକ୍ତିର ଏକତା ସମାଜ ଗଠନ
ଜାତି ସଂଗଠିତ ଲୋଡ଼ି,
ପାଞ୍ଚୋଟି ଆଙ୍ଗୁଠି ଏକାଠି ହୋଇଲେ
ପରବତ ଦେବେ ଟ।ଳି ।
ଏକତାରେ ଗୋଷ୍ଠୀ
ଗୋଷ୍ଠୀରେଏକତା
ହୁଅଇ ରାଷ୍ଟ୍ରର ସୃଷ୍ଟି,
ଏକତା ନିଦାନ ହୁଏ ମହାଶକ୍ତି
ବଡ଼ ପରିବାର ରଖି ।
ଏକତା ଯେଉଁଠି ସମ୍ପଦ ସେଇଠି
ଐକ୍ୟ ସେ ଭାରତବାସୀ,
ଐକ୍ୟବୋଧରେ ପରିଚୟ ମିଳେ
ଭାରତୀୟ ଯେ ସାହସୀ।
ଏକତା ରହିଲେ ଉନ୍ନତି ସମ୍ଭବ
ଦେଶ ପ୍ରଗତି ଉଜ୍ଜଳ,
ଏକତା ବିସ୍ମୟ ସୁରକ୍ଷା କବଚ
ସତ୍ୟ ଏକତାହିଁ ବଳ ।
∎
(ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ ,
ପୁରୀ ସଦର ବ୍ଲକ୍, କୋଣାର୍କ

ଲେଖା ସମ୍ପର୍କୀୟ ମତାମତ