କବିତା
ଆମ ଘର ଗାଡ଼ିଆ

ଆମ ଘର ଗାଡ଼ିଆ
ଧାଡ଼ି ଧାଡ଼ି ଗଛ ନଡ଼ିଆ
ଦିଶେ କେଡ଼େ ସୁନ୍ଦର
ଦିଶନ୍ତି ଗାଡ଼ିଆ ଭିତରେ
ଯୋଡ଼ି ହଂସ ସୁନ୍ଦର ।
ହିଡ଼ କଡ଼େ କଡ଼େ ଫୁଟିଛି
ଫୁଲ ଛୋଟରୁ ବଡ଼
ଟିକି ଡେଣା ଝାଡ଼଼ି ଉଡ଼ନ୍ତି
କୀଟ ଛୋଟରୁ ବଡ଼ ।
ଢେଉ ମାଡ଼ି ମାଡ଼ି ଆସନ୍ତି
ଦେଖ ପୋଖରୀ କଡ଼
ସତେକି ଦଉଡ଼ କରନ୍ତି
କିଏ ହୋଇବ ବଡ଼ ।
ନଡ଼ିଆ ତୋଳୁଛି ଧଡ଼ିଆ
ବସି ବାହୁଙ୍ଗା ଡାଳେ
ଡଲା ଧରିଅଛି ଡମ୍ବରୁ
ଦେଖ ଗାଡ଼ିଆ କୂଳେ ।
∎
ବସୋଇ,ପର୍ଜଙ୍ଗ, ଢେଙ୍କାନାଳ
ଦୂରଭାଷା-୯୭୭୬୪୫୪୮୦୦

ଲେଖା ସମ୍ପର୍କୀୟ ମତାମତ