Skip to content
ଶିଶୁ କିଶୋର

କବିତା

ଆଗ ଭଳି ଆଉ ଆସୁନାହିଁ ଚିଠି

ଆଗ ଭଳି ଆଉ   ଆସୁନାହିଁ ଚିଠି

ଚିଠିର ମହକ ଚିଠିର ଚମକ
ଯେମିତି ନାହିଁଟି ଆଉ
ଆଗ ଭଳି ଆଉ ଆସୁନାହିଁ ଚିଠି
ଯେତେ ବି ଆଗ୍ରହ ଥାଉ I
ଶୁଭୁନାହିଁ ଆଉ ପୋଷ୍ଟମ୍ୟାନ ଡାକ
ସାଇକେଲ ଘଣ୍ଟି ବଜାଇ
ଚିଠି ଚିଠି ବୋଲି ଘର ଆଗେ ଆସି
ପୋଷ୍ଟମ୍ୟାନ ଅଟକୁ ନାଇଁ I
ପ୍ରବାସୀ ପୁଅର ଚିଠି ଅପେକ୍ଷାରେ
(ଆଗ)ରହୁଥିଲେ ପରିଜନ
ମୋବାଇଲ ପାଇଁ କମିଛି ନିଶ୍ଚୟ
ଚିଠିର ଆଦାନ ପ୍ରଦାନ I
ସହଜ ହେଉଛି ମୋବାଇଲବାରତା
ସଙ୍ଗେ ସଙ୍ଗେ ପାଇ ଖୁସି
ଭଲ ଅବା ମନ୍ଦ ବାରତା ଶିଘିର
ମୋବାଇଲ ଦିଏ ପରଷି I
ତଥାପି ଚିଠିର ମହକ ଚମକ
ରହିଥାଏ କାହା ପାଇଁ
ହାତଲେଖା ଚିଠି ସ୍ନେହଭରା ପ୍ରୀତି
ସୁନ୍ଦର ସନ୍ଦେଶ ଥାଇ I
ଆଜିର ଚିଠିଟି ହୋଇଲେ ପୁରୁଣା
ପାଲଟେ ସାଇତା ସ୍ମୁତି
ପୁଣି କେବେଯଦି ପଡ଼େସେ ହାତରେ
ଭିଜାଏ ଅତୀତ ସ୍ମୁତି I
ସୁନ୍ଦର ଅକ୍ଷରେ ଲେଖା ହାତ ଚିଠି
ପଢ଼ିବାକୁ ଲାଗେ ଭଲ
ସୁନ୍ଦର ସନ୍ଦେଶ ତହିଁ ଲେଖା ଥିଲେ
ସ୍ମରଣୀୟ ଚିରକାଳ I
ସେଇଥିପାଇଁ ତ ମହତ ଜନଙ୍କ
ଚିଠି ଚିରକାଳ ସାଇତା
କାହା କାହା ପାଇଁ ପାଲଟେ ସମ୍ପଦ
ଉଲ୍ଲେଖ ଥିଲେ ବାରତା I

∎

ବଉଦରାଜ, ଜି. ବୌଦ୍ଧ
ମୋ.9437478466

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Sanjukta parichha

01-04-2025 / 12:56:34

ଚିଠିର ମହକ ଉପରେ ସୁନ୍ଦର କବିତାଟିଏ ।ଚିଠିକୁ ଆଜି ଝୁରି ହେଉଛୁ ଆମେ ।

କୀର୍ତ୍ତନ ସାହୁ

01-04-2025 / 11:54:13

ଆଜି କାଲି ଆଉ ଚିଠି ଦେଖିବାକୁ ମିଳୁନି। ସେ ସମ୍ପର୍କରେ ସୁନ୍ଦର କବିତାଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion