କବିତା
ଆମ ମାତୃଭୂମି

ମାତୃଭୂମି ଆମ ପବିତ୍ର ଭାରତ
ସିଏ ତ ଭାରତ ମାତା,
ତା` ଭୂମିରେ ବଢି ଆଗକୁ ଯାଏ ମୁଁ
ସିଏ ସଉଭାଗ୍ୟ ଦାତା ।
ଜନ୍ମଦାତ୍ରୀ ଠାରୁ ଅଧିକ ମହାନ
ଏଇମୋ ଭାରତ ଭୂଇଁ,
ଶସ୍ୟ ଶ୍ୟାମଳା ସେ ଖାଦ୍ୟ ଜଳ ଦିଏ
ତା`ରେ ମଥା ଯାଏ ନଇଁ ।
ଏଇ ମା` କୋଳରେ କେତେ ବୀରନର
ରଖି ଯାଇଛନ୍ତି ଯଶ,
ସେନେହ ମମତା ପାଇ ଏ ମାଆର
ସଦା ଆମେ ହସହସ ।
ଭାରତ ଭୂଇଁ ର ସାଗର ଜଙ୍ଗଲ
ସୁନ୍ଦର ସେ କେଡ଼େ ଭଲ,
ନଦୀ କ୍ଷେତ ବାଡ଼ି ବଡ଼ କମନୀୟ
ମନଲୋଭା ତାର ଫୁଲ ।
ଏଇ ମୋ ଜନମ ଭୂଇଁ ରେ ରହିଛି
କେତେ ଯେ ସହର ଗାଆଁ,
ଦେବତା ଓ ସାଧୁ ସନ୍ଥଙ୍କ ର ସ୍ଥାନ
ରଖି ଯାଇଛନ୍ତି ନାଆଁ ।
ଯୋଉଠି ଥାଉ ବା ଯୁଆଡ଼କୁ ଯାଉ
ଭାବୁ ଭାରତର କଥା,
ଏଇ ମାତୃଭୂମି ଭାରତ ପଦରେ
ନୁଆଇଁ ଦେବାତ ମଥା ।
ଏଇ ମା` ମାଟିରେ ଖେଳିଛେ,ବଢିଛେ
ଭୁଲି ବାନି ତାର ଦାନ,
ବଞ୍ଚିଥିବା ଯାଏ ଗାଇ ଚାଲୁଥିବା
ମାଆ ମାଟି ଯଶ ଗାନ ।
ସମ୍ପାଦକ, ମଧୁମାଳତୀ
ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ
କୁମାର ସୁଧୀରଜୀ
14-04-2025 / 12:46:28
ମଧୁମାଳତୀର ସଂପାଦକ ନିରଂଜନ ଭାଇଙ୍କୁ ନମସ୍କାର। ଆପଣଙ୍କ ଲେଖା ପଢି ଖୁସି ହେଲି। ଜନ୍ମ ଭୂଇଁର ବନ୍ଦନା ଗାନ ମାତୃଭାଷାର ବଢାଏ ମାନ ସବୁରି ଭାଗ୍ଯ ଜୁଟେନା ସବୁ ଗଛେ ଫୁଲ ଫୁଟେନା ଏଇମିତି ତୁମେ ରଚୁଥାଅ କବି ଦେଶରୁ ମନ ହଟୁନା
Kabijyoti Niranjan Pati
01-04-2025 / 21:26:46
ମତାମତ ଦେଇଥିବା ବଡ଼ ଭାଇ ଙ୍କୁ ଧନ୍ୟବାଦ ଓ ପ୍ରଣାମ । ଜୟ ଜଗନ୍ନାଥ ।
ଜୟକୃଷ୍ଣ ସାହୁ
01-04-2025 / 17:49:18
ସୁନ୍ଦର ଦେଶାତ୍ମବୋଧକ କବିତା। ଭଲ ହୋଇଛି।
କୀର୍ତ୍ତନ ସାହୁ
01-04-2025 / 11:49:10
ସୁନ୍ଦର ଲେଖା ।