Skip to content
ଶିଶୁ କିଶୋର

କବିତା

ପାରିବ ତ ଖୋଜି ଆଣ

ପାରିବ ତ ଖୋଜି ଆଣ

କାହାର କଅଣ ଭଲ ଗୁଣ ଅଛି
ମିଶି କରି ତାହା ଜାଣ
ନ ମିଶି ପାରିଲେ ଦେଖି ଦେଖି ଚାଖି
ଖୋଜି କରି ତମେ ଆଣ ।
କେତେ ଭଲ ଗୁଣ ଭରି ରହି ଅଛି
ଏଇ ସଂସାରରେ ଆମ
ଭଲ ଗୁଣ ତମେ ଖୋଜି ନ ପାରିଲେ
କରମଟା ହେବ ବାମ ।
ଘରେ ଥିଲା ବେଳେ ବାପା ମାଆଙ୍କର
ଭଲ ଗୁଣ ବାଛି ନିଅ
ପାରୁଛ ତ ଯଦି ସେହି ଗୁଣ ସବୁ
କାମରେ ଲଗେଇ ଦିଅ ।
ପାଠ ପଢା ବେଳେ କେତେ ଯେ ଗୁରୁଜୀ
ଭେଟିଛନ୍ତି ପରା ଆମେ
ଅନୁସରି ଭଲ ଗୁରୁଜୀ ମାନଙ୍କ
ଗୁଣ ଲଗାଇବା କାମେ ।
ସମାଜରେ ଆମେ ନିତି ଭେଟୁଛନ୍ତି
କେତେ ପ୍ରକାରର ଲୋକ
ତାଙ୍କରି ଭିତରୁ ଯେତେ ଭଲ ଗୁଣ
ଖୋଜି ଆଣ ହୋଇ ଜୋକ।
ଭଲ ଗୁଣ ଯେତେ ଅଳଙ୍କାର କରି
ଦେହରେ ତୁମର ନାଅ
ଅନ୍ୟ ମାନଙ୍କର ଭଲ ପାଇବାକୁ
ସାଦରେ ଆଦରି ନିଅ ।
∎
ମିଶ୍ର କଲୋନୀ
ଶାଳପଡ଼ା , କେନ୍ଦୁଝର
ଦୂରଭାଷ – ୯୪୩୮୪୧୪୭୦୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

କୀର୍ତ୍ତନ ସାହୁ

28-04-2025 / 10:45:25

ଅଶେଷ ଧନ୍ୟବାଦ ଜଣାଉଛି ସୁନ୍ଦର ମତାମତ ପାଇଁ ।

କୁମାର ସୁଧୀରଜୀ

14-04-2025 / 20:13:54

ମାଛିଥାଏ ଗୋଟେ ଗଣ ଗଣିଆ ଘାଆ ଖୋଜିବୁଲେ ଭଣଭଣିଆ ଆଉ ଏକ ମାଛି ଥାଏ ଜାତିଆ ଫୁଲୁ ଫୁଲ ଉଡେ ଗୁଣୁଗୁଣିଆ ମାଛି ଖୋଜୁଥାଏ ଦୋଷସବୁଠି ମହୁମାଛି ମକରନ୍ଦ। ଗୁଣ ଆହରିବା ଜାଣିଲେ ଜୀବନ ଆନନ୍ଦ ପରମାନନ୍ଦ।। ଆପଣଙ୍କ ସୃଷ୍ଟି ଅତୀବ ମନୋରମ କବି। ଆପଣ ଆହୁରି ଅଧିକ ଓ ଆହୁରି ଅଧିକ ସୁନ୍ଦର କବିତା ନିରନ୍ତର ଲେଖନ୍ତୁ। ମାଆ ଭାରତୀ ଆପଣଙ୍କ ସାହା ହୁଅନ୍ତୁ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion