କବିତା
ନେଉଳ ଭାଇ

ନେଉଳ ଭାଇ ହେ ନେଉଳ ଭାଇ
ମିଟିମିଟି କରି ରହିଛ ଚାହିଁ
ଆଗ ଦିଇ ଗୋଡ଼ ଟେକି,
ତରତର ହୋଇ ଦଉଡ଼ି ପଳାଅ
ଚଗଲା ପିଲାଙ୍କୁ ଦେଖି ।।
ପୋକଜୋକ ଖାଇ ବଣରେ ଵୁଲ
ସୁଲୁସୁଲୁ ବାଆ ସାଥିରେ ଝୁଲ
ମାଆ ପଛେପଛେ ଚାଲ,
ବାଟରେପଡ଼ିଲେ ଡେଇଁଚାଲିଯାଅ
କେତେ ଢିପ ଖମା ଖାଲ।।
ଖରାଦିନେ ଆମ୍ବ ପଣସ ପାଚେ
ତାକ୍ ଧିନାଧିନ୍ ନେଉଳ ନାଚେ
କହୁଥିଲେ ଆମ ଅଜା,
ନେଉଳ ନାଚିଲେ ତାଧିନିଧିନା
ଦେଖିବାକୁ ଭାରି ମଜା।।
ନେଉଳ ଭାଇହେ ନେଉଳ ଭାଇ
ଆମେଳ ତ ତମକୁ ଧରିଵୁ ନାଇଁ
ଦେଇ ମାଛ ଦୁଧଭାତ,
ଆମେ ତ ଜାଣିଚୁ ତମ ପାଇଁ ଭଲ
ତମ ବୁଦାଵଣ ଗାତ ।।
∎
ରାଜାଵଗିଚା,କଟକ-୯
ମୋ-୯୪୩୭୧୯୨୮୯୦n

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
02-09-2025 / 17:50:44
ସୁନ୍ଦରଗଡ଼ ଶବ୍ଦସଙ୍ଯୋଜନା କବିତାଟିଏ। ଶେଷରେ ଦେଉଳକୁ ଧରି ରଖିବା ଉଚିତ ନୁହେଁ ବୋଲି ଚେତେଇ ଦେଇଛନ୍ତି। ଭଲଲାଗିଲା।
ଶିଶିର କୁମାର ପଣ୍ଡା
01-09-2025 / 18:28:38
ଖୁବ୍ ଚମତ୍କାର ହୋଇଛି ଶବ୍ଦ ସଂଯୋଜନା । ଖୁସି ଲାଗିଲା ପଢ଼ି । ପ୍ରଣାମ ଆଜ୍ଞା ।
ଜୟକୃଷ୍ଣ ସାହୁ
01-09-2025 / 14:24:57
ବହୁତ ସୁନ୍ଦର କବିତାଟିଏ। ଭଲଲାଗିଲା। ଧନ୍ୟବାଦ।
ନିରଞ୍ଜନ ପତି
01-09-2025 / 11:45:06
ସୁନ୍ଦର ଭାବ ବ୍ୟଞ୍ଜକ କବିତା ପାଇଁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ନମସ୍ତେ ।ଜୟ ଜଗନ୍ନାଥ ।
ମୋହନ କୁମାର ସ୍ୱାଇଁ
01-09-2025 / 11:15:08
ଅତି ସୁନ୍ଦର ଲାଗିଲା କବିତା ଟି