କବିତା
ମିଠା ଓ ପିଠା

କାଳି ଗାଇର ଖିର ଟି ମିଠା
ମିଠା ଫୁଲର ମହୁ
ତା ଗାଳି ମିଠା ଆକଟ ଆସି
କରଇ ଯେବେ ବୋଉ
ପାଟି କୁ ମିଠା ଗୁଡ଼ ଓ ଚିନି
ସୁଆଦ ପାରେ ଜାଣି
ମିଠା ଲାଗଇ ଆଖୁର ରସ
ମିଠା ପ ଇ ଡ ପାଣି
ମିଠା ଗୋ ଲା ପ ଜା ମୁ ,ଗୁଡ଼ ରେ
ତିଆରି ଗୁ ଲୁ ଗୁ ଲା
ମିଠା ବି ଛେ ନା ପୋ ଡ,ଜୀ ଲା ପି
ପେଡା ଓ ରସଗୋଲା
ବାମଫି ର ଜଳ ମିଠା, ଶୀତଳ
ପିଇଲେ ଶୋଷ ମ ରେ
ଜେଜେଙ୍କ ହସ ମିଠା, ପା କୁ ଆ
ପାଟିରୁ ଯେବେ ଝରେ
ମିଠା କଥା ରେ ଜଗତ ବଶ
ମନେ ଥିବ ଟି ରଖି
ତୁଣ୍ଡ ହୁଡିଲେ ନି ମି ଶେ ସିଏ
ବି ପ ଦ ଆଣେ ଡା କି
ବୋଉ ଗଢ଼ିଲା ପିଠାଟି ମିଠା
ମିଠା ମୋ ମାତ୍ରୁଭାଷା
ପିଠା ସାଙ୍ଗ ରେ ମିଠା ନ ଥିଲେ
କି ବାହା, ବ୍ରତ, ଓଷା ।।
∎
ମୋ-9437000636

ଲେଖା ସମ୍ପର୍କୀୟ ମତାମତ
ଶୁଭ ନାରାୟଣ ଶତପଥୀ
05-09-2025 / 20:28:26
ମିଠା କବିତା
ବିଜୟା
02-09-2025 / 19:53:10
ଭଲ ଲାଗିଲା। ପିଠା ନାଆଁରେ ପାଟିରୁ ଲାଳ ବୋହିଲା।
ହରିପ୍ରିୟା ପଟ୍ଟନାୟକ।
02-09-2025 / 17:56:18
କବିତାଟି ଭଲ ହେଇଛି। କିନ୍ତୁ ଅଜାଙ୍କ ହସ ଜାଗାରେ ଟିକେ ଅଲଗା ଲାଗୁଛି।
Minati pattnayak
01-09-2025 / 14:00:34
ପୁରଦିଆ ପିଠା ପରି ଆପଣଙ୍କ କବିତା
ନିରଞ୍ଜନ ପତି ।ଲେ
01-09-2025 / 12:07:13
ଲେଖାଟି ର ଭାବ ବେଶ୍ ମଧୁର । ଅନେକ ଅନେକ ଅଭିନନ୍ଦନ ।ଜୟ ଜଗନ୍ନାଥ ।