କବିତା
ଗୁରୁଙ୍କ ଗୁରୁ

ଗୁରୁ ମଧ୍ୟେ ଶ୍ରେଷ୍ଠ ଗୁରୁରେ ଗଣା
ଥିଲେ ବୁଦ୍ଧି ଜ୍ଞାନେ ଜଗତ ଜିଣା ।
ଜନ୍ମିଥିଲେ ତିରୁତାଣି ଗ୍ରାମରେ
ପାଠ ପଢ଼ିଲେ ମାନ୍ଦ୍ରାଜ ନଗରେ।
ପିଲା ଦିନୁ ଥିଲା ପାଠରେ ମତି
ଥିଲେ ସେ କର୍ମଠ, ମେଧାବୀ ଅତି।
ପାଠ ସାରି ଶିକ୍ଷକତା କରିଲେ
ଅଧ୍ୟାପକ ରୁ ଅଧ୍ୟକ୍ଷ ହୋଇଲେ।
କେତେ ଚାଟ ଙ୍କୁ ଦେଖାଇଲେ ବାଟ
ହେଲେ ଶେଷେ ,ଦେଶ ଜନନାୟକ
କେତେ ପଦ ପଦବୀ କୁ ମଣ୍ଡିଲେ
ଶେଷରେ ଦେଶ ରାଷ୍ଟ୍ରପତି ହେଲେ।
ଉତ୍ତମ ଗୁରୁ ପୁଣି ସେ କର୍ମଠ
ଜାଣିଥିଲେ ତେଣୁ ଗୁରୁ ମହତ୍ତ୍ଵ।
ଗୁରୁ ବିନା ବିଦ୍ୟା ହୁଅଇ ନାହିଁ
ଚିନ୍ତିଲେ ଗୁରୁ ଙ୍କ ସମ୍ମାନ ପାଇଁ ।
ନିଜ ଜନ୍ମଦିନ ଗୁରୁଙ୍କ ପାଇଁ
ଉତ୍ସର୍ଗିଲେ ମହତ୍ ଚିନ୍ତା ନେଇ
ସେପ୍ଟେମ୍ବର ମାସ ପାଞ୍ଚ ତାରିଖ
ଗୁରୁ ଦିବସ ନାମେ ହେଲା ଖ୍ୟାତ।
ଗୁରୁ ଙ୍କ ଗୁରୁ ସେ ରାଧାକ୍ରିଷ୍ଣନ
ସର୍ବପଲ୍ଲୀ ତାଙ୍କ ବଂଶର ନାମ
ଆସ ପିଲେ ତାଙ୍କ ଚରଣ ଧ୍ୟାୟୀ
ଗୁରୁ ପାଦେ ଦେବା ମଥା ନୁଆଁଇ।
∎
ନୟାଗଡ଼
ଭ୍ରାମ୍ୟ ଭାଷ -୯୪୩୭୪୮୪୭୮୬

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
04-09-2025 / 11:02:59
ସମୟ ଉପଯୋଗୀ କବିତା। ଭଲଲାଗିଲା।