Skip to content
ଶିଶୁ କିଶୋର

କବିତା

ମୋ ଗାଁ

ମୋ ଗାଁ

ଗାଁଟି ମୋର ଭାରି ବଢିଆ
ଗାଁ ମୁଣ୍ଡରେ ଟୁବି ଗାଡିଆ
କାଚକେନ୍ଦୁର ପାଣି
ଠାକୁରଦେଖି ଭକତମାନେ
ମନେ ହୁଅନ୍ତି ଗୁଣି।
ମୋ ଗାଁ ଚାରିପଟରେ ନଈ
ବରଷା ଦିନେ ଫୁଲିଉଠଇ
ଅକାତ କାତ ପାଣି
ଡୁବେଇଦିଏ କ୍ଷେତ ବାଡିକୁ
ଚାଷି ଙ୍କୁ କରେ ଋଣି ।
ମୋ ଗାଁ ଛୋଟ କଥାଟା ମୋଟ
ମୋ ଗାଁ ଦିଅଁ ଯଶ
ରୋଗବ୍ୟାଧି ରୁ ଉଦ୍ଧାରେ ସିଏ
ଦୁଃଖ କୁକରେନାଶ।
ଅନନ୍ତ କାଳୁ ଖ୍ୟାତ ଏ ଗାଁ
କଳା ସାହିତ୍ୟେ ପଡଇନାଆଁ
ଛୋଟରେମୋଟ ଭାବ
ମନରେ ନାହିଁ ଗରବ କାର
ପର ଆପଣା ଭାବ।
ସେହି ଗାଁ ରେ ଜନମ ମୋର
କେହି ମୋ ନାହିଁ ଆପଣା ପର
ବୈଦ୍ୟନାଥ ସାହା
ତାଙ୍କରି କ୍ରୁପା ଲଭିବା ପାଇଁ
ପାଇଛି ମୁଁ ତ ରାହା ।

କଳା ସାହିତ୍ୟ ସମାଜସେବା
ଦେଶସେବା ରେ ସମୟଦେବା
ଜୀବନେ ବ୍ରତକରି
ଶେଷଜୀବନଯାଉମୋ ବିତି
ସଦା ସୁମରି ହରି ।
∎
ବୈଦ୍ଯ ନାଥ ପାଟଣା
କଣାସ, ପୁରୀ
୮୮୯୫୩୦୦୩୯୫

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

04-09-2025 / 11:05:10

ଭଲଲାଗିଲା କବିତାଟି।

ମୋହନ କୁମାର ସ୍ୱାଇଁ

01-09-2025 / 11:20:34

Dtp ରେ ତ୍ରୁଟି ରହି ଯାଉଛି

Sanjukta parichha

01-09-2025 / 11:05:12

ଗାଁ ର ମମତା ସବୁଠୁ ନିଆରା ।ଭଲ ଲାଗିଲା ।

ମୋହନ କୁମାର ସ୍ୱାଇଁ

01-09-2025 / 10:32:49

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion