କବିତା
ନୂଆ ଵରଷ

ନୂଆ ଵରଷ ଆସିଛି ହେଇ
ପୂରୁଣା ଗଲା ମେଲାଣି ନେଇ
ଲୁଚିଵ ତା`ର ନାଁ
ନୂଆ ଵରଷେ ହସି ଉଠିବ
ତୋଟା ପଡିଆ ଗାଁ।
ଆସରେ ସାଥି ଖୁସିରେ ମାତି
ଭୁଲି ଆମର ଧରମ ଜାତି
ହୋଇବା ସବୁ ଏକ
ଵଇରି ସାଥେ ଲଢେଇ କରି
ରଖିଵା ଦେଶ ଟେକ ।
ମନ ଲଗାଇ ପଢ଼ିବା ପାଠ
ହୋଇବା ଆମେ ବଢିଆ ଚାଟ
ଭଲ ମଣିଷ ହେବା
ଭୋକିଲା ମୁହେଁ ଆହାର ମୁଠେ
ଶୋଷୀକୁ ପାଣି ଦେଵା।
ଆଜି ତ ଆମେ ଛୋଟିଆ କଢ
କାଲିକି ଫୁଟି ହୋଇଵୁ ବଡ଼
ଵିତରି ଦେଵା ବାସ
ନୂଆ ଵରଷେ ମନ ହରଷେ
ଶପଥ ନେଵା ଆସ।
∎
ରାଜାଵଗିଚା,କଟକ-୯
ମୋ-୯୪୩୭୧୯୨୮୯୦

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
12-01-2026 / 18:23:48
ସୁନ୍ଦର ଉପସ୍ଥାପନା। ଭଲଲାଗିଲା। ଧନ୍ୟବାଦ ସାର୍ ।
ସୁବ୍ରତ ମଲିକ, ଭଦ୍ରକ
05-01-2026 / 20:40:33
ଉତ୍ତମ... ❤️❤️❤️
ହରିପ୍ରିୟା ପଟ୍ଟନାୟକ
04-01-2026 / 23:17:51
ସୁନ୍ଦର ଉପଧା ମିଳନ ସହିତ ନୂଆବରଷ ପାଇଁ କବିତା ଭଲହେଇଛି।
ନିରଞ୍ଜନ ସାହୁ
03-01-2026 / 19:52:07
ନୂଆ ବରଷ ରେ ନୂଆ ଭାବନା , ଭରି ଦେଉ ପ୍ରାଣେ ଜାତି ଚେତନା।ଅତି ସୁନ୍ଦର୍।
Mohan Kumar 3
01-01-2026 / 20:10:01
ଖୁବ୍ ସୁନ୍ଦର ଲାଗିଲା