Skip to content
ଶିଶୁ କିଶୋର

କବିତା

ଆମରି ଅଜା

ଆମରି  ଅଜା

ଆସ ଵୁଲିଯିବା ଗାଆଁ ଯାତରା
ସଜବାଜ ହୁଅ ମକୁ ନେତେରା
ଅଜା ଵି ସାଥିରେ ଯିବେ,
ଭାରି ମଜାହେଵ ଅଜା ଗଲେ ସାଥେ
ଖଜା ଖାଇବାକୁ ଦେବେ।
ଅଜାଙ୍କ ହାତରେ ବଙ୍କୁଲୀ ବାଡ଼ି
ଠୁକୁଠୁକୁ କରି ଯିବେ ସେ ମାଡ଼ି
କୁତୁ କୁତୁ ତାଙ୍କ ମନ,
ଆମେ ଯେତେ ନାତି ନାତୁଣୀ ତାଙ୍କର
ଆଦରର ଗଣ୍ଠିଧନ।
ଅଜା ଆମ ଭାରି ଖାଇବା ପ୍ରିୟ
ଭଲ ଖାଇଵାରେ ଥାଏଟି ଲୟ
ଜାନିଯାତରାକୁ ଗଲେ,
ନିଜେ ଖାଇ ସିଏ ପିଲାଙ୍କୁ ଖୁଆନ୍ତି
ଅଣ୍ଟାରେ ପଇସା ଥିଲେ।
ଭାରି ସଉକିଆ ଅଜା ଆମର
କଥାଟି ତାଙ୍କର ଭାରି ମଧୁର
ଆଈ ଥାଏ ଛାଇ ପରି,
କ୍ଷଣେ ନ ଦେଖିଲେ ମୋ ଅଜା,ଆଈକୁ
ମୁଣ୍ଡ ଯାଏ ତାଙ୍କ ଘୁରି।
ଗୋରା ତକତକ ପାକୁଆ ପାଟି
ତାଳୁ ପରେ ନାହିଁ ଗୋଟିଏ ଚୁଟି
ପାନ ଖାଇ ଓଠ ନାଲି,
ନାଲି ଓଠ ଦେଖି ଥଟ୍ଟା କରିଥାଏ
ମଜାରେ ନାତୁଣୀ ଡ଼ଲି।
ମୋ ଅଜାଙ୍କ ପରି କିଏ ସେ ହେବ
ଯାହା ଇଚ୍ଛା କଲେ ସେ ଆଣି ଦେବ
ମୋ ମାମାର ବାବା ସିଏ,
ତାଙ୍କ ପରି ଆଉ ଅଧିକ ନିଜର
କହ ଅଛି ଆଉ କିଏ ?

∎
କପିଳ ପ୍ରସାଦ, ଭୁବନେଶ୍ୱର-୨
ମୋ-୯୯୩୭୦୯୨୩୯୭.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ପ୍ରଶାନ୍ତ କୁମାର ଦାଶ

02-12-2024 / 20:59:06

ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀ ଜୟକୃଷ୍ଣ ସାହୁଙ୍କ କବିତା ପିଲାଙ୍କ ପାଇଁ ଉତ୍କୃଷ୍ଟ ମାନର ତଥା ଉପାଦେୟ ସେଥିପାଇଁ ନମସ୍ୟ ଶିଶୁ ସାହିତ୍ୟସ୍ରଷ୍ଟାଙ୍କୁ ଶତକୋଟି ନମନ ଜଣାଉଛି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion