Skip to content
ଶିଶୁ କିଶୋର

କବିତା

ହିସାବ ଯଦି ନାହିଁ

ହିସାବ ଯଦି  ନାହିଁ

ପବନା ଥରେ
ରେଳରେ ବସି
କେରଳ ଗଲା ବୁଲି,
ଚକ ଚକିଆ
ହୋଟେଲ ଦେଖି
ଖୁସିରେ ଗଲା ଫୁଲି..
ଦିଚାରି ଦିନ
ଧୂମ ଖାଇ
ଆରାମ କଲା ସେଠି,
ହୋଟେଲ ଭଡା
ଦେଇ ନପାରି
ଖଟିଲା ସେଠି ବେଠି.
ଘରକୁ ଯେବେ
ଆସିଲା ଫେରି
ମୁହଁ ଦିଶଇ ଫିକା
ମୁଦିଠୁ ଘଣ୍ଟା
ଯା ପିନ୍ଧିଥିଲା
ସବୁ ହୋଇଛି ବିକା.
ସାଥୀଏ ଘେରି
କହିଲେ ତାକୁ
ଇମିତି ହେଲା କାହିଁ,
ପବନା କହେ -
ଇମିତି ହୁଏ
ହିସାବ ଯଦି ନାହିଁ..

∎
ଅବସରପ୍ରାପ୍ତ ଶିକ୍ଷକ
ସତ୍ୟବାଦୀ
8763302507.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

21-12-2024 / 16:18:51

ଭଲ ଲାଗିଲା।

ଜୟକୃଷ୍ଣ ସାହୁ

01-12-2024 / 11:29:28

ପ୍ରଭାତ! ସବୁବେଳେ ହିସାବକିତାଵ କରି ଖର୍ଚ କରୁଥଵ। ନହେଲେ ପଵନା ଭଳିଆ ହେବ। କବିତାଟି ଭଲଲାଗିଲା। ଜୟୀ ଭାଇ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion