Skip to content
ଶିଶୁ କିଶୋର

କବିତା

କହିଲ କିଏ

କହିଲ କିଏ

କହିଲ କିଏ
ସକାଳେ କୁହୁଡି ଝରାଉ ଥାଏ
କଅଁଳ ଖରାରେ ଆନନ୍ଦ ଦିଏ
ନିଆଁ ପାଖେ ଭାରୀ ଆରାମ ଦିଅଇ
ପାଣି ଦେଖି ଖାଲି ଡରାଉ ଥାଏ ।ା

କହିଲ କିଏ
ବଗିଚାରେ ଫୁଲ ଫୁଟେଇ ଦିଏ
କ୍ଷେତରେ ପରିବା ଫଳାଉ ଥାଏ
ଦେହକୁ ଥରାଇ ଅଳସ ଭରଇ
ଗରମ ଖାଦ୍ୟକୁ ଟକଉ ଥାଏ ।ା

କହିଲ କିଏ
ଚଷାଭାଇ ମନେ ଭରଷା ଦିଏ
ବେପାରୀ ମୁଣ୍ଡରେ ପସରା ଥୁଏ
ଓଷାବାହା କରି ପିଠାପଣା ଖାଇ
ଭାଡି ତଳେ ପଶି ଘୁମଉ ଥାଏ ।ା

କହିଲ କିଏ
ବଣଭୋଜି ପାଇଁ ଡାକରା ଦିଏ
ଦର୍ଶନୀୟ ସ୍ଥାନ ବୁଲେଇ ନିଏ
ଗୀତ ଗାଉଥାଏ ଗପ କହୁଥାଏ
ଅଟେ ଆମ ଶୀତ ମାଉସୀ ସିଏ ।ା

∎
ଆଇ.ଭି. ୪୫/୧
ୟୁନିଟ୍ – ୧, ଭୁବନେଶ୍ୱର
ମୋ – ୯୮୫୩୫୨୩୮୮୩

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Dr. Bijaya patra

21-12-2024 / 16:06:56

ଅତି ସୁନ୍ଦର ଲେଖା। କବୟିତ୍ରୀଂକୁ ଧନ୍ଯବାଦ।

ପ୍ରଶାନ୍ତ କୁମାର ଦାଶ

04-12-2024 / 21:06:32

ଶ୍ରୀମତୀ କମଳିନୀ ମଲ୍ଲିକଙ୍କ କଵିତା ଅତି ଆଦରଣୀୟ ଶିକ୍ଷଣୀୟ ତଥା ଉପାଦେୟ ମହାଶୟାଙ୍କୁ ଅଶେଷ ଧନ୍ୟବାଦ୍ ଶୁଭେଚ୍ଛା ଓ ନମସ୍କାର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion