Skip to content
ଶିଶୁ କିଶୋର

କବିତା

ଥାଆନ୍ତା ଯଦି

ଥାଆନ୍ତା ଯଦି

ଘର ପରିକା ଡବାଟେ ଥିଲେ
ସବୁ ସେଥିରେ ରଖନ୍ତି,
ଆକାଶ ପରି ଆଖି ମୋ ଥିଲେ
ସାରା ଦୁନିଆଁ ଦେଖନ୍ତି ।
ଅଗଣା ପରି ଖଟଟେ ଥିଲେ
ଗଡି ଗଡି ମୁଁ ଶୁଅନ୍ତି,
ପୋଖରୀ ପରି କୁଣ୍ଡଟେ ଥିଲେ
ଯାହା ପାରନ୍ତି ଧୁଅନ୍ତି।
ଘର ଆଗରେ ବାରଣ୍ଡା ଆମ
ଦାଣ୍ଡ ପରିକା ହୁଅନ୍ତା,
ଖରା ବରଷା ପଡୁ ଥାଆନ୍ତା
ଜହ୍ନ ଆଲୁଅ ଛୁଅଁନ୍ତା।
ଘରେ ନରହି ବୁଲୁ ଥାଆନ୍ତି
ସାଙ୍ଗସାଥିଙ୍କ ମେଳରେ,
ମନ ମଉଜେ ସମୟ ଖାଲି
କାଟୁଥାଆନ୍ତି ଖେଳରେ।
ଫି` ବରଷ ପରୀକ୍ଷା ଦେଇ
କ୍ଲାସ୍ ଉଠିଯାଅନ୍ତି,
ଗାଳି ନଖାଇ ସଭିଙ୍କଠାରୁ
ଆଦର ଖାଲି ପାଆନ୍ତି।
ବାପା ଆମର ହୋଇଯାଆନ୍ତେ
ଜଗତନାଥ ଯେପରି,
ଦେଖନ୍ତେ ସବୁ ନକହି କିଛି
ବଡପଣରେ ସେପରି।
ଦେବୀଙ୍କ ପରି ମାଆ ଆମର
ଥାଆନ୍ତେ ସଦା ଆଗରେ,
ଯେଉଁଠିଯାହା କରିଲେ ଦୋଷ
ସାହା ହୁଅନ୍ତେ ବାଗରେ।


∎

ନୀଳାଦ୍ରି ବିହାର
ଭୁବନେଶ୍ୱର

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion