Skip to content
ଶିଶୁ କିଶୋର

କବିତା

କୁନି ଝିଅ

କୁନି ଝିଅ

ଆମ କୁନି ଝିଅ କଅଁଳ ପାଦ
ଥାପି ଦେଲେ ଶୁଭେ ମଧୁର ନାଦ
ଗେହ୍ଲି ଝିଅଟିଏ ଆମ
` ଡୁଡୁଲି ` ତାହାର ନାମ ।

ନିଅ ତାକୁ ଟିକେ କୋଳେଇ ନିଅ
କଥା କହି ଟିକେ ଗେହ୍ଲେଇ ଦିଅ
ହସି ଦେବ ଫି ` କରି
କିଏ ହେବ ତାହା ସରି ।

ସିଏ ପରା ଘର ମୁକୁତା ମଣି
ନ ଥାଉରେ ଘରେ ଗୋଟିଏ ଅଣି
ହେଲେ ଘର ପୂରି ଉଠେ
ସରଗ ସୁଷମା ତୁଠେ ।

କୁନି ଝିଅ ମିଠା କଥାଟି କହେ
ସତେ ଅବା ମଧୁ ମଳୟ ବହେ
ଡାକି ଦେଲେ ଧାଇଁ ଆସେ
ବସି ଯାଏ ଆମ ପାଶେ ।

ଧୀରେ ଧୀରେ ଦିନେ ବଡ ସେ ହେବ
କେତେ ଭଲ ଗୁଣ ଦେଖେଇ ଦେବ
କାମ ତା କଅଁଳ ଖରା
ଆମ କୁନି ଝିଅ ପରା ।

∎
ମିଶ୍ର କଲୋନୀ
ଶାଳପଡ଼ା, କେନ୍ଦୁଝର
ଦୂରଭାଷ – ୯୪୩୮୪୧୪୭୦୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion