Skip to content
ଶିଶୁ କିଶୋର

କବିତା

କାମରେ ଏବେଠୁ ଲାଗ

କାମରେ ଏବେଠୁ ଲାଗ

ବାଇନ,
କାମ କରିବାକୁ ଯାଇନ?

ତୁମରି ସାହିର ଦାମ
ହରିଆ,ନରିଆ,ଶାମ।
ବଡ଼ି ସକାଳରୁ ଉଠି,
ବିଲକୁ ଗଲେଣି ଛୁଟି।
ରକତକୁ ପାଣି କରି,
କାମ ତ ଦେଲେଣି ସାରି।
ଏଠି ତମେ ପେଟେ ଖାଇ,
ମନଫୁଲା ଗୀତ ଗାଇ
ସାଙ୍ଗସାଥୀ ମେଳେ ବସି,
ତାଆସ୍ ଖେଳୁଛ ହସି।
ମନେ ମନେ ଖାଅ ଖଜା!
କାଲି ବାହାରିବ ମଜା।
ଆଗ କଥା ଭାବି ଜାଗ,
କାମରେ ଏବେଠୁ ଲାଗ।

∎

ଫ୍ଲାଟ୍ ନମ୍ବର-ସି/୩୦୪
ଗୌରୀଶଙ୍କର ରେସିଡେନ୍ସି
କେଶୁରା, ଭୁବନେଶ୍ୱର-୭୫୧୦୦୨
Mo-୯୯୩୮୯୬୩୦୯୪

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion